ଯାଜପୁର: ଜିଲ୍ଲାପରିଷଦ ସଭ୍ୟାଙ୍କ ଚରିତ୍ରକୁ ଇଙ୍ଗିତ କରି ଆପତ୍ତିନକ ପୋଷ୍ଟ କରିବା ଅଭିଯୋଗରେ ଦମ୍ପତି ଗିରଫ  

ଯାଜପୁର ଟାଉନ(କେନ୍ୟୁଜ୍): ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିନକ ପୋଷ୍ଟ କରିବା ଅଭିଯୋଗରେ ପୁଣି ଥରେ ଦମ୍ପତି ଗିରଫ । ଯାଜପୁର ଦଶରଥପୁର ବ୍ଲକ ୭ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକଙ୍କ ଚରିତ୍ରକୁ ଇଙ୍ଗିତ କରି ପାଲଟପୁର ପଞ୍ଚାୟତର ଜ୍ୟୋତ୍ସ୍ନା ମହାପାତ୍ର ଏବଂ ସ୍ଵାମୀ ରତିକାନ୍ତ ସ୍ଵାଇଁଙ୍କୁ ପୁଣି ଥରେ କୋର୍ଟ ଚାଲାଣ କରିଛି ମଙ୍ଗଳପୁର ପୋଲିସ ।  କିଛି ମାସ ତଳେ ଫେସବୁକ ମାଧ୍ୟମରେ ମାମିନାଙ୍କ ଆପତ୍ତିନକ ଫଟୋ ଓ ଅଶ୍ଳୀଳ ଭାଷା ପୋଷ୍ଟ କରି ଦମ୍ପତି ଗିରଫ ହୋଇଥିଲେ।

ଉଭୟ ଜାମିନରେ ଆସିବା ପରେ ପୁଣି ମାମିନାଙ୍କ ବିରୋଧରେ ଫେସବୁକରେ ପୋଷ୍ଟିଂ କରି ଥିଲେ । ମାମିନା ପୁନର୍ବାର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମିନା ଯାଜପୁର ଏସଡିପିଓଙ୍କୁ ଭେଟି ମହିଳାଙ୍କୁ ଗରିଫ କରିବାକୁ ଦାବି କରିଥିଲେ । ପୋଲିସ ଅଭିଯୁକ୍ତ ମହିଳା ଜ୍ୟୋତ୍ସ୍ନା ଓ ତାଙ୍କୁ ସହଯୋଗ କରିଥିବା ସ୍ୱାମୀ ରତିକାନ୍ତ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଆଇଟି ଆଇନର ଧାରା ୬୭ ସହିତ ଆଇପିସିର ବିଭିନ୍ନ ଧାରାରେ  ମକଦ୍ଦମା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.