Below header

ଯାଜପୁରରେ ଜାଲ କାଗଜପତ୍ର ଦେଇ ହଜାର ହଜାର ସିମ କାର୍ଡ ଚାଳଣ ଘଟଣା: ଅଭିଯୁକ୍ତର ଜାମିନ ନାମଞ୍ଜୁର କଲେ ସିଜିଏମ

ଯାଜପୁର ଟାଉନ(କେନ୍ୟୁଜ୍):  ଜାଲ କାଗଜପତ୍ର ଦେଇ ହଜାର ହଜାର ସିମ କାର୍ଡକୁ ରାଜ୍ୟ ବାହାରକୁ ପଠାଇ ସାଇବର କ୍ରାଇମରେ ସହଯୋଗ କରୁଥିବା ଅଭିଯୁକ୍ତ ପ୍ରିତମ କରଙ୍କ ବେଲ ଆବେଦନକୁ  ନାମଞ୍ଜୁର କରିଛନ୍ତି ଯାଜପୁର ସିଜେଏମ । ଗତକାଲି ବରୀ ଭୁରୁଙ୍ଗା ଅଞ୍ଚଳର ପ୍ରିତମକୁ ଦିଲ୍ଲୀ ପୋଲିସ ଗିରଫ କରିବା ପରେ ଆଜି ତାକୁ ଯାଜପୁର ସିଜେଏମ ଅଦାଲତରେ ହାଜର କରାଯାଇଥିଲା । ପ୍ରିତମ ଏଠି ବିଭିନ୍ନ ବ୍ୟକ୍ତିଙ୍କ ଜାଲ କାଗଜ ପତ୍ର ମାଧ୍ୟମରେ ହଜାର ହଜାର ସିମ କାର୍ଡ ଆକ୍ଟିଭ କରି କୋରିଅର ମାଧ୍ୟମରେ ଦିଲ୍ଲୀ ଓ ହରିଆଣାକୁ ପଠାଉଥିଲେ ।

ଦିଲ୍ଲୀ ସାଲିମାର ବାଗ ପୋଲିସ ଷ୍ଟେସନରେ ହୋଇଥିବା ଏକ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରି ପ୍ରିତମ ପାଖରେ ପହଞ୍ଚିଥିଲା । ଏହି ସିମକୁ ସାଇବର ଅପରାଧୀଙ୍କୁ ଯୋଗାଉଥିଲା ପ୍ରିତମ । ସାଇବର ଅପରାଧୀମାନେ ସିମ କାର୍ଡ ମାଧ୍ୟମରେ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି । ଏହି ଠକ ରାକେଟର ଚେର ବାଲେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ପ୍ରିତମଙ୍କୁ ନେବା ପାଇଁ ସିଜେଏମ ଟ୍ରାନଜିଟ୍ ଅନୁମତି ଦେଇଥିଲେ । ଆସନ୍ତା ୧୩ ତାରିଖ ଦିନ ଅଭିଯୁକ୍ତ ପ୍ରିତମଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରି ରିମାଣ୍ଡରେ ନେଇ ପଚାରାଉଚୁରା କରିବ ଦିଲ୍ଲୀ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.