ମାଲକାନଗିରି: ଜମିରେ କାମ କରୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ,ବଜ୍ରାଘାତରେ ଚାଲିଗଲା ୨ ଜଣଙ୍କର ଜୀବନ,

ମାଲକାନଗିରି(କେନ୍ୟୁଜ୍): ବଜ୍ରାଘାତରେ ଚାଲିଗଲା ୨ ଜଣଙ୍କର ଜୀବନ, ୨ ଗୁରୁତର । ମାଲକାନଗିରି ଜିଲ୍ଲା ତଣ୍ଡକି ପଞ୍ଚାୟତ ଦାମାଗୁଡା ଏବଂ ପେଦୱାଡା ପଂଚାୟତର ବାହାଲଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ମିଥୁନ ଧୁରୁଆ ଏବଂ ସପନ ବରାଇ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା ।

ମିଥୁନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ସପନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ବହଲଗୁଡା ଗାଁର ସବିତା ମତେମ ଏବଂ ସନା କୁଟିଆ ଗାଈ ଚରାଇବାକୁ ଯାଇଥିବା ସମୟରେ ବଜ୍ରାଘାତ ହେବାରୁ ସବିତାଙ୍କ ମୃତ୍ୟୁ ହୋଇଥିବା ବେଳେ ସନା ଗୁରୁତର ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.