ବାଦଲ ଫଟା ବର୍ଷାରେ ବୁଡ଼ିଲା ବାଲେଶ୍ଵର, ଘରେ ଘରେ ପଶିଲା ପାଣି

ବାଲେଶ୍ବର(କେନ୍ୟୁଜ୍):  ପ୍ରବଳ ବର୍ଷାରେ ବୁଡ଼ିଲା ବାଲେଶ୍ଵର। ବାଲେଶ୍ୱର ସହରର ପ୍ରମୁଖ ରାସ୍ତା ସମେତ ହୋଟେଲ ଭିତରେ ପାଣି ପଶି ଭାସୁଥିବା ଦେଖିବାକୁ ମିଳିଛି। ବାଲେଶ୍ଵରରେ ଆଜି ଦିନ ତମାମ  ବାଦଲ ଫଟା ବର୍ଷା  ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା।

baleswar1

ସହରର ଚିଡ଼ିଆପୋଲ ନିକଟରେ ଥିବା ବିଭିନ୍ନ ହୋଟେଲ ଓ ଦୋକାନ ଗୁଡିକ ସମ୍ପୂର୍ଣ୍ଣ ବୁଡି ଯାଇଛି। ଏହାସହ ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ହୋଟେଲ ଭିତରୁ ପାଣି ବାହାର କରିବା ପାଇଁ ଦମକଳ ବାହିନୀ ନିୟୋଜିତ ଅଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.