ଏପରି ବଦଳାନ୍ତୁ ନିଜ ଜିମେଲ୍ ପାସଓ୍ଵାର୍ଡ, କମ୍ପ୍ୟୁଟର ଏବଂ ମୋବାଇଲ ଉଭୟରେ ଚେଞ୍ଜ୍ କରନ୍ତୁ ଅତି ସହଜରେ
ଆପଣଙ୍କୁ ପାସଓ୍ଵାର୍ଡ ଦେଲାବେଳେ ଭାରି କ୍ୟାରେକ୍ଟର ଦେବାକୁ କୁହାଯାଏ। ଗୁଗଲ ସବୁବେଳେ ଆକାଉଣ୍ଟ ଆକ୍ଟିଭିଟୀ ଚେକ୍ କରିବାକୁ କହିଥାଏ। ଆକାଉଣ୍ଟରେ ଅନ୍ୟ କୌଣସି ଡିଭାଇସରେ ସାଇନ୍ କରିବା ସମୟରେ ଗୁଗଲ ନୋଟିଫାଏ ମଧ୍ୟ କରିଥାଏ। ତେବେ ଯଦି ଆପଣଙ୍କୁ ଲାଗୁଥାଏ ଯେ ଆପଣଙ୍କ ପାସଓ୍ଵାର୍ଡ ଅନ୍ୟ କେହି ଜାଣିନେଇଛନ୍ତି କିମ୍ବା ଆପଣଙ୍କ ଆକାଉଣ୍ଟ ସେଫ୍ ନାହିଁ, ତାହେଲେ ଆପଣ ନିଜ ପାସଓ୍ଵାର୍ଡ ଚେଞ୍ଜ୍ କରିଦିଅନ୍ତୁ। କଣ ଏବେ ଆପଣ ଭାବୁଛନ୍ତି କି କେମିତି ପାସଓ୍ଵାର୍ଡ ଚେଞ୍ଜ୍ କରିବେ, ତାହେଲେ କିଛି ବ୍ୟସ୍ତ ହୁଅନ୍ତୁନାହିଁ। ଆମେ ଆପଣଙ୍କୁ ଜଣାଇବୁ ପାସଓ୍ଵାର୍ଡ ଚେଞ୍ଜ୍ କରିବାର ପ୍ରୋସେସ୍ , ତାହା ପୁଣି ଉଭୟ ମୋବାଇଲ୍ ଓ ଡେସ୍କଟପରେ। ଆଜି ଆସନ୍ତୁ ଜାଣିବା ମୋବାଇଲ ହେଉ କିମ୍ବା କମ୍ପ୍ୟୁଟର ଆପଣ କେମିତି ନିଜ ଜିମେଲ ପାସଓ୍ଵାର୍ଡକୁ ଚେଞ୍ଜ୍ କରିବେ। କିଛି ସହଜ ଟିପ୍ସ ଦ୍ୱାରା ଆପଣ ପାସଓ୍ଵାର୍ଡକୁ ବଦଳାଇପାରିବେ।
ଷ୍ଟେପ ୧ – ପ୍ରଥମେ ନିଜ ଫୋନରେ ଜିମେଲ ଓପନ କରନ୍ତୁ ଏବଂ ସେଟିଙ୍ଗ (Settings)କୁ ଯାଇ ନିଜ ଇମେଲ ଆଇଡି ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୨ – ମ୍ୟାନେଜ୍ ଇୟୋର ଗୁଗଲ ଆକାଉଣ୍ଟ (Manage your Google Account) ଉପରେ ଟ୍ୟାପ୍ କରନ୍ତୁ।
ଷ୍ଟେପ ୩ – ସବୁଠାରୁ ଉପରେ ଥିବା ସିକ୍ୟୁରିଟୀ (Security) ସେକ୍ସନକୁ ଯାଆନ୍ତୁ।
ଷ୍ଟେପ ୪ – ଏବେ ସାଇନିଂ ଇନ୍ ଟୁ ଗୁଗଲ (Signing in to Google) ଅପ୍ସନ କୁ ଯାଆନ୍ତୁ ଏବଂ ପାସଓ୍ଵାର୍ଡ (Password) ଉପରେ ଟ୍ୟାପ୍ କରନ୍ତୁ। ଏବେ ଆପଣଙ୍କୁ ଆକାଉଣ୍ଟ ସାଇନ ଇନ୍ କରିବାକୁ କୁହାଯିବ।
ଷ୍ଟେପ ୫ – ସାଇନ୍ ଇନ୍ କରିବା ପରେ ଆପଣଙ୍କୁ ନୂଆ ପାସଓ୍ଵାର୍ଡ ଏଣ୍ଟର କରିବାକୁ ହେବ। ଏହାପରେ ଚେଞ୍ଜ ପାସଓ୍ଵାର୍ଡ (Change Password) ଉପରେ କ୍ଲିକ୍ କରନ୍ତୁ।
ଏବେ ଜାଣନ୍ତୁ ଡେସ୍କଟପରେ କେମିତି ଜିମେଲ ପାସଓ୍ଵାର୍ଡ ବଦଳାଇବେ
ଷ୍ଟେପ ୧ – ନିଜ କମ୍ପ୍ୟୁଟରରେ ଜିମେଲ ଖୋଲନ୍ତୁ ଏବଂ ନିଜ ପ୍ରୋଫାଇଲ ଉପରେ କ୍ଲିକ କରନ୍ତୁ। ଏବେ ଆପଣଙ୍କ ନାମର ପ୍ରଥମ ଅକ୍ଷରରେ ଦେଖାଯାଉଥିବା ଗୋଲ ଆଇକନ୍ ଉପରେ କ୍ଲିକ କରନ୍ତୁ। ଏହାପରେ ମ୍ୟାନେଜ୍ ଇୟୋର ଗୁଗଲ ଆକାଉଣ୍ଟ (Manage your Google account) ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୨ – ସିକ୍ୟୁରିଟୀ (Security) ସେକ୍ସନରେ ସାଇନିଂ ଇନ୍ ଟୁ ଗୁଗଲ (Signing into Google) ସିଲେକ୍ଟ କରନ୍ତୁ।
ଷ୍ଟେପ ୩ – ଚୁଜ୍ ପାସଓ୍ଵାର୍ଡ (Choose Password) ଅପ୍ସନକୁ ଚୟନ କରନ୍ତୁ। ଏବେ ଆପଣଙ୍କୁ ସାଇନ୍ ଇନ କରିବାକୁ ହେବ।
ଷ୍ଟେପ ୪ – ନିଜର ନୂଆ ପାସଓ୍ଵାର୍ଡ ଏଣ୍ଟର କରନ୍ତୁ ଏବଂ ଏହାପରେ ଚେଞ୍ଜ ପାସଓ୍ଵାର୍ଡ (Change Password) ଉପରେ ସିଲେକ୍ଟ କରନ୍ତୁ।