କଳାହାଣ୍ଡି: ଦୁଇ ମହିଳାଙ୍କ ସହ ଅନୈତିକ ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କୁ ହତ୍ୟା କଲା ଯୁବକ, ଥାନାରେ ମମଲା ପରେ ଗିରଫ

କଳାହାଣ୍ଡି(କେନ୍ୟୁଜ୍): ଦୁଇ ମହିଳାଙ୍କ ସହ ସଂପର୍କ ଓ ପରେ ସନ୍ତାନ ଜନ୍ମ ହେବା ପରେ ସେମାନଙ୍କୁ ହତ୍ୟା। ପରେ ଦୁଇମହିଳାଙ୍କ ଠାରୁ ଦୂରେଇ ଯିବା ପରେ ପ୍ରେମିକ ନାଁରେ ଥାନାରେ ଏତଲା। ଏଭଳି ନୃଶଂସ ଓ ପ୍ରତାରଣା ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୋରଗୁମ୍ମା ଗାଁରେ । ୨୦୨୦ରେ ଜୟପାଟଣା ଥାନା ବେହେରେନସିଲ ଗାଁର ତ୍ରିପାଳ ନାଏକ ବୋରଗୁମା ଗାଁର ବିଧବା ମହିଳା ଗୁରୁବାରୀ ମାଝି ଓ ଅନ୍ୟ ଜଣେ ଯୁବତୀ ଗାୟତ୍ରୀ ନାଗଙ୍କୁ ନେଇ ଦାଦନ ଖଟିବାକୁ ଗୋଆ ଯାଇଥିଲେ।

ସେଠାରେ ଉଭୟଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସଂପର୍କ ରଖିଥିଲା ତ୍ରିପାଳ। ଉଭୟଙ୍କ ଠାରୁ ଦୁଇ ସନ୍ତାନ ଜନ୍ମ ହେବା ପରେ ଛଳନା କରି ଦୁଇସନ୍ତାନଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ତ୍ରିପାଳ। ଏହା ପରେ ସମସ୍ତେ ଗାଁକୁ ଫେରିବା ପରେ ତ୍ରିପାଳ ଦୁଇ ମହିଳାଙ୍କ ସହ ଆଉ ସଂପର୍କ ରଖିନଥିଲା। ଏନେଇ ଗୁରୁବାରୀ ଓ ଗାୟତ୍ରୀ ଦଶପୁର ଫାଣ୍ଡିରେ ଏତଲା ଦେଇଥିଲେ l ପୋଲିସ ହତ୍ୟା ଅଭିଯୋଗରେ ତ୍ରିପାଳ ଓ ଗାୟତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତଦନ୍ତକାରୀ ଟିମ୍‌ ଗୋଆ ଯାଇ ସେଠାରୁ ଏକ ଶିଶୁର କଙ୍କାଳ ମଧ୍ୟ ଉଦ୍ଧାର କରିଛି। ତେବେ ପୋଲିସ ଘଟଣା ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.