ଭଦ୍ରକ : ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଭଦ୍ରକ ମତୋ ଏବେ ଚଳଚଞ୍ଚଳ

ଭଦ୍ରକ (କେନ୍ୟୁଜ୍) : ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଭଦ୍ରକ ମତୋ ଏବେ ଚଳଚଞ୍ଚଳ। ମତୋ ସହ ଆଖପାଖ ୧୦ଟି ଗାଁ ଉତ୍ସବମୁଖର। ଗୋଟିଏ ପଟେ ଆକର୍ଷଣୀୟ ସାଜସଜା ଅନ୍ୟପଟେ ମୀନାବଜାରର ଭରପୁର ମଜା ଉଠାଉଛନ୍ତି ହଜାର ହଜାର ଲୋକ। ମାଆଙ୍କ ଦର୍ଶନ ପାଇଁ ଦିନରାତି ଭିଡ଼ ଲାଗୁଛି। ମତୋରେ ଗଜଲକ୍ଷ୍ମୀ ପୂଜା ୭୪ ବର୍ଷରେ ପଦାର୍ପଣ କରିଛି। ଚାନ୍ଦବାଲିରୁ ତିହିଡି ଭିତରେ ମତୋ ଗଜଲକ୍ଷ୍ମୀପୂଜା ସର୍ବପୂରାତନ। ତେଣୁ ସଂଧ୍ୟା ସମୟରେ ଆଖପାଖ ଅଂଚଳର ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି। ଏଠାରେ ୭ ଦିନ ଧରି ପୂଜା ଆୟୋଜିତ ହୁଏ। ପୂଜା କମିଟି ତରଫରୁ ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରାର ଆୟୋଜନ କରାଯାଉଛି। ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ଓ ପୂଜା କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।