Below header

ଆତଙ୍କ ଖେଳାଇଥିବା କଲରାପତରିଆ ବାଘର ମୃତ୍ୟୁ, ଦୀର୍ଘ ୨୪ ଦିନ ଧରି ଥିଲା ଅସୁସ୍ଥ

ନୂଆପଡା ବନବିଭାଗ କାର୍ଯ୍ୟାଳୟରେ ଅସୁସ୍ଥ କଲରାପତରିଆ ବାଘର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଖଡ଼ିଆଳ ବନଖଣ୍ଡ ଡ଼ିଏଫଓ ଶୁଶିଳ କୁମାର ତ୍ରିପାଠୀ। ବାଘ ବାବେସିଆ ରୋଗରେ ଆକ୍ରାନ୍ତ ଥିଲା।

ନୂଆପଡା (କେନ୍ୟୁଜ): ନୂଆପଡା ବନବିଭାଗ କାର୍ଯ୍ୟାଳୟରେ ଅସୁସ୍ଥ କଲରାପତରିଆ ବାଘର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଖଡ଼ିଆଳ ବନଖଣ୍ଡ ଡ଼ିଏଫଓ ଶୁଶିଳ କୁମାର ତ୍ରିପାଠୀ। ବାଘ ବାବେସିଆ ରୋଗରେ ଆକ୍ରାନ୍ତ ଥିଲା। ଭୁବନେଶ୍ୱର ଓୟୁଏଟି ବନ୍ୟଜନ୍ତୁ ବିଭାଗର ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣୀ ନାଥଙ୍କ ପରାମର୍ଶ କ୍ରମେ ବାଘର ଚିକିତ୍ସା ଜାରିରହିଥିଲା। ହେଲେ ଦୀର୍ଘ ୨୪ ଦିନପରେ ଆଜି ବାଘର ମୃତ୍ୟୁ ଘଟିଛି ।

ଗତ ଏପ୍ରିଲ ୧୬ ତାରିଖରେ ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁରୁ ଧରାପଡ଼ିଥିଲା କଲରାପତରିଆ ବାଘ । ଗାଁ ନିକଟରେ ବାଘଟି ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗ ଟିମ୍ ବାଘକୁ କାବୁ କରିବା ପରେ ବାଘଟି ଅସୁସ୍ଥ ଥିବା ଜଣାପଡ଼ିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବାଘଟି ମୁର୍ଚ୍ଛା ଯାଇଥିବା ଅନୁମାନ କରାଯାଉଥିବାରୁ ତାକୁ ତୁରନ୍ତ ତାର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏକ ମାସ ଧରି ନୂଆପଡ଼ା ସଦର ରେଞ୍ଜରେ ଆତଙ୍କ ଖେଳାଇଥିଲା ଏହି କଲରାପତରିଆ ବାଘ । ତେବେ ବାଘକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ନୂଆପଡା ବନବିଭାଗ କାର୍ଯ୍ୟାଳୟକୁ ଆଣି ବାଘର ଚିକିତ୍ସା କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.