Below header

ଏଇ ଓଡ଼ିଶାରେ : ଏମିତି ଜଣେ ବୈଜ୍ଞାନିକ, ଯିଏ ଗବେଷଣାରୁ କାଢିଛନ୍ତି ବିରଳ ପ୍ରଜାତିର ୧୪୨୦ ପ୍ରକାର ଧାନ

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଳକ ଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ଅବସ୍ଥିତ କେରାଣ୍ଡିଗୁଡ଼ା ଗାଁ । ଏଠାରେ ଗତ ଦଶନ୍ଧି ଧରି ଧାନ ଗବେଷଣା କରୁଛନ୍ତି ପଶ୍ଚିମବଙ୍ଗ ନିବାସୀ ଡ. ଡାଭୋଲ ଦେ । ଏବେ ସୁଦ୍ଧା ଡାଭୋଲ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪ଶହ ୨୦ପ୍ରକାର ଧାନ ସଂଗ୍ରହ କରିପାରିଛନ୍ତି । ଧାନ ଉପରେ ଗବେଷଣା କରି ଏଥିରେ ରୂପା ଓ ଲୁହାର ଅଂଶ ଥିବା ଆବିଷ୍କାର କରିଛନ୍ତି ସେ ।

ସମଗ୍ର ବିଶ୍ୱରେ ୧ ଲକ୍ଷରୁ ଅଧିକ ପ୍ରଜାତିର ଧାନ ଥିଲା । ୬୦ଦଶକର ସବୁଜ ବିପ୍ଳବ ପରେ ବହୁ ପ୍ରଜାତିର ଧାନ ଲୁପ୍ତପ୍ରାୟ ହୋଇଯାଇଛି । ଏବେ ମାତ୍ର ୭ହଜାର ପ୍ରଜାତିର ଧାନ ରହିଛି । ଧାନକୁ ସଂରକ୍ଷଣ କରିବା ଏବଂ ସେହି ଧାନ କିଭଳି ସବୁଦିନ ପାଇଁ ସଂରକ୍ଷିତ ହୋଇ ରହିପାରିବ ସେନେଇ ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ଡାଭୋଲ ଆଦିବାସୀ ଚାଷୀଙ୍କୁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି । ତାଙ୍କ ପାଖରେ ଏମିତି ବି ଧାନ ଅଛି, ଯେଉଁଥିରୁ ୩ଟି ଚାଉଳ ବାହାରିବ । ଆଉ ଅନ୍ୟ ଏକ ପ୍ରଜାତିର ଧାନ ଯାହାକି ସମୂଦ୍ର ଲୁଣି ପାଣିରେ ବି ଚାଷ ହୋଇପାରିବ ।

ବର୍ଷ ବର୍ଷ ଧରି ଗବେଷଣା କରି ଅନେକ ଆବିଷ୍କାର କରିଛନ୍ତି ଡାଭୋଲ । ତାଙ୍କ ନିକଟରୁ ବହୁ ଗବେଷକ ମଧ୍ୟ ଶିକ୍ଷାଲାଭ ପାଇଁ ଆସୁଛନ୍ତି । ଏବେ ସେ ଆମେରିକାର ଗବେଷଣା ସଂକ୍ରାନ୍ତୀୟ ୟୁନିଭରସିଟିରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.