ପ୍ରବଳ ବର୍ଷା ଯୋଗୁ ମୁମ୍ବାଇ ରାସ୍ତାରେ ବଢୁଥିବା ଗର୍ତ୍ତ ପାଇଁ ହେଉଛି ଦୁର୍ଘଟଣା, ସେଥିପାଇଁ ଲୋକମାନେ କଲେ ଏପରି

ମୁମ୍ବାଇ ଏବଂ ଠାଣେରେ ପ୍ରବଳ ବର୍ଷା କାରଣରୁ ରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇଛି ଏବଂ ଏହି କାରଣରୁ ରାସ୍ତାରେ ଦୁର୍ଘଟଣା ବଢି ବଢି ଚାଲିଛି । ଦୁର୍ଘଟଣା ଗୁଡିକୁ ରୋକିବା ପାଇଁ ମନପା ଏବଂ ଲୋକନିର୍ମାଣ ମନ୍ତ୍ରୀ କୌଣସି ପଦକ୍ଷେପ ନେଉନଥିବା ବେଳେ ମହାରାଷ୍ଟ୍ର ନବନିର୍ମାଣ ସେନା ଏବଂ ସାମାଜିକ କାର୍ଯ୍ୟକର୍ତ୍ତାମାନେ ମିଶି ସେହି ଖାଲ ଗୁଡିକରେ ଲୋକନିର୍ମାଣ ମନ୍ତ୍ରୀ ଏକନାଥ ସିଂଙ୍କ ଚିତ୍ର ବନାଇ ସ୍ୱତନ୍ତ୍ର ଭାବେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ଲୋକମାନେ ଗଳିଗଳି ବୁଲି ରାସ୍ତାରେ ମନ୍ତ୍ରୀଙ୍କ ଚିତ୍ର ଆଙ୍କୁଛନ୍ତି ।

ସୂଚନା ଅନୁଯାୟୀ, ମୁମ୍ବାଇର ୫୦୮ ରାସ୍ତାରେ ୩୦ ହଜାରରୁ ଉର୍ଦ୍ଧ୍ୱ ଖାଲ ରହିଛି । ଗତବର୍ଷ ସାମାଜିକ କର୍ମୀ ନବୀନ ଲାଡ଼ ୨୬୯୩୪ଟି ଗର୍ତ୍ତ ଖୋଜି ୱାର୍ଲଡ ରେକର୍ଡ ଅଫ ଇଣ୍ଡିଆରେ ନିଜର ନାମ ସାମିଲ କରିଥିଲେ । ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ମଧ୍ୟ ଗତ କିଛିଦିନ ହେବ ଲଗାତର ଭାବେ ବର୍ଷା ହୋଇଚାଲିଛି ସ୍ଥାନେ ସ୍ଥାନେ ପାଣି ଜମିଛି । ମୁମ୍ବାଇର ମିଠାନଦୀରେ ବିପଦ ସଂକେତ ଉପରେ ପାଣି ବହିବା ସହିତ ତଳିଆ ଅଂଚଳ ଗୁଡିକ ଜଳମଗ୍ନ ହୋଇ ରହିଛି ଏବଂ ଏଠାରେ ୪୦୦ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ଏହାସହ ପଢନ୍ତୁ ରାସ୍ତାକଡ ପୋଲରୁ ମିଳିଲା ୧୯ଟି ଶବ , ବ୍ୟାନରରେ ଲେଖାଥିଲା “ଦେଶଭକ୍ତ ବନନ୍ତୁ ଭାଏଗ୍ରାକୁ ତ୍ୟାଗ କରନ୍ତୁ”

ପଶ୍ଚିମ ମହାରାଷ୍ଟ୍ରରେ ଲଗାଣ ବର୍ଷା ପରେ କୋହ୍ଲାପୁର, ପୁନେ, ରାୟଗଡା, ସତାରା ଏବଂ ସାଙ୍ଗଲି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୩୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଗତ ସାତ ଦିନ ମଧ୍ୟରେ ପଶ୍ଚିମ ମହାରାଷ୍ଟ୍ରରେ ବର୍ଷା ଏବଂ ବନ୍ୟା ଯୋଗୁଁ ୧୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏନଡିଆରଏଫ ଏବଂ ସେନାର ଯବାନ ମାନେ ଗୁରୁବାର ସକାଳୁ କୋହ୍ଲାପୁର, ସତାରା ଏବଂ ସାଙ୍ଗଲି ଜିଲ୍ଲାର ବନ୍ୟାଗ୍ରସ୍ତ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.