‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍ଡ’ରେ ନଜର ଆସିବେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ‘କାହାର ଜୀବନ ନେବା ଆମ ସଂସ୍କାରରେ ନାହିିଁ’

ପ୍ରକୃତିକୁ ନେଇ ବିୟର ଗ୍ରେଲ୍ସଙ୍କ ଦ୍ୱାରା ଆୟୋଜିତ ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍ଡ’ର ଏକ ବିଶେଷ ଏପିସୋଡରେ ନଜର ଆସିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଏପିସୋଡରେ ମୋଦି କେତେକ କୌତୁହଳପୂର୍ଣ୍ଣ କଥାର ଖୁଲାସା କରିବେ। କିପରି ତାଙ୍କ ଯୁବାବସ୍ଥାରେ ସେ ବନ୍ୟପ୍ରାଣୀଙ୍କୁ ସାମ୍ନା କରିଥିଲେ, ପିଲାବେଳେ କିପରି କାକର ବା ଶିଶିରରୁ ଗାଧୋଇବା ଲବଣ ପ୍ରସ୍ତୁତ କରୁଥିଲେ ଏବଂ ପ୍ରଥମ ବର୍ଷାର ମଜା ନେବା ପାଇଁ କିପରି ସେ ଦେଶବାସୀଙ୍କୁ ପୋଷ୍ଟକାର୍ଡ ପଠାଇଥିଲେ, ଏ ସମସ୍ତ ବିଷୟରେ ବର୍ଣ୍ଣନା କରିବେ ମୋଦି। ଏପରିକି, ପରିବେଶ ସଂରକ୍ଷଣ ଏବଂ ପ୍ରକୃତିକୁ ସମ୍ମାନ ଜଣାଇ ସେ ନିଜର ରୁଚି ବିଷୟରେ ମଧ୍ୟ କହିବେ।

man

ଏହି ଏପିସୋଡ ଆସନ୍ତା ୧୨ତାରିଖ ରାତି ୯ଟାରେ ୧୨ଟି ଡିସ୍କଭରି ନେଟଓ୍ଵର୍କ ଚ୍ୟାନେଲରେ ପ୍ରସାରିତ ହେବ, ଯାହାକି ୮ଟି ଭାଷା ଉପରେ ରହିବ। ଏପିସୋଡରେ ଦେଖିବାକୁ ମିଳିବ କି, ମୋଦି କହିବା ସମୟରେ ଗ୍ରେଲ୍ସ ତାଙ୍କୁ ଆଖପାଖର ବିପଦପୂର୍ଣ୍ଣ ସ୍ଥାନକୁ ଇଙ୍ଗିତ କରୁଛନ୍ତି। ଏଥିରେ ମୋଦି ଉତ୍ତର ରଖିଛନ୍ତି, ‘ଆମେ ଏହି ସ୍ଥାନକୁ ବିପଦପୂର୍ଣ୍ଣ କ୍ଷେତ୍ର ରୂପରେ ନେବା ଉଚିତ ନୁହେଁ। ଯେବେ ଆମେ ପ୍ରକୃତିର ବିରୋଧରେ ଯିବୁ, ସେବେ ସବୁକିଛି ବିପଦପୂର୍ଣ୍ଣ ହୋଇଯିବ। ମଣିଷ ମଧ୍ୟ ଭୟଙ୍କର ପାଲଟିଯିବ। ଦ୍ୱିତୀୟରେ ଯଦି ଆମେ ପ୍ରକୃତିକୁ ସହଯୋଗ କରିବୁ, ତେବେ ସେ ମଧ୍ୟ ଆମକୁ ସହଯୋଗ କରିବ।’

modi444

ଅନ୍ୟପକ୍ଷରେ ଗ୍ରେଲ୍ସ ମୋଦିଙ୍କୁ ଏକ ଉଦାହରଣ ଦେଇ କହିଥିଲେ, ଏକ ବାଘ କିପରି ତାଙ୍କୁ ଆକ୍ରମଣ କରିଥିଲା ଏବଂ ସେ କିପରି ତାକୁ ମାରିବା ପାଇଁ ବର୍ଚ୍ଛାର ସାହଯ୍ୟ ନେଇଥିଲେ। ଏହା ଶୁଣି ମୋଦି କହିଥିଲେ, ‘ମୋ ଲାଳନପାଳନ ଏଭଳି ହୋଇଛି ଯେଉଁଥିରେ କାହାର ଜୀବନ ନେବା ମୋ ପକ୍ଷେ ସମ୍ଭବ ନୁହେଁ। ଯଦିଓ ପରିସ୍ଥିତିରେ ପଡ଼ିଲେ ମୁଁ ବି ବର୍ଚ୍ଛା ଧରିଦେବି।’

ଏହାସହ ପଢ଼ନ୍ତୁ: କାଉଡ଼ିଆଙ୍କ ପାଇଁ ଗୁପ୍ତେଶ୍ୱର ରାସ୍ତାରେ ସାହାରା ପାଲଟିଛି ଶ୍ୟାମଙ୍କ ସ୍ମୃତିର ଡିବିରି ବତୀ

modi55

ଭାରତକୁ ସ୍ୱଚ୍ଛ ରଖିବାର ଆବଶ୍ୟକତା ଉପରେ ଗ୍ରେଲ୍ସ ପ୍ରସଙ୍ଗ ଉଠାଇବାରୁ ମୋଦି କହିଥିଲେ, ‘ବାହାର ଲୋକ ମୋ ଭାରତକୁ କେବେ ବି ସଫା ରଖିପାରିବେ ନାହିଁ। ଭାରତର ଲୋକ ହିଁ ଭାରତକୁ ସ୍ୱଚ୍ଛ ରଖିଥାଆନ୍ତି। ବ୍ୟକ୍ତିଗତ ସ୍ୱଚ୍ଛତା ଭାରତୀୟଙ୍କ ସଂସ୍କୃତିରେ ରହିଛି। ସାମାଜିକ ସ୍ୱଚ୍ଛତାକୁ ଆମକୁ ବିକଶିତ କରିବାର ଆବଶ୍ୟକତା ରହିଛି। ମହାତ୍ମା ଗାନ୍ଧୀ ଏହା ଉପରେ ଅନେକ କାମ କରିଛନ୍ତି ଏବଂ ବର୍ତ୍ତମାନ ଆମକୁ ଏଥିରୁ ଭଲ ସଫଳତା ମିଳୁଛି। ମୋର ବିଶ୍ୱାସ ରହିଛି ଯେ ଭାରତ ବହୁତ ଜଲଦି ଆହୁରି ସଫଳ ହେବ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.