ଯୁବତୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୨ ସାକ୍ଷୀଙ୍କ ଆଧାରରେ କୋର୍ଟଙ୍କ ରାୟ
ନିଶ୍ଚିନ୍ତକୋଇଲି ଥାନା ନତକାଇ ପଞ୍ଚାୟତରେ ୨୦୧୬ ମେ ୯ ତାରିଖ ସନ୍ଧ୍ୟାରେ ପ୍ରିୟଦର୍ଶିନୀ ପଣ୍ଡା ନାମ୍ନୀ ଯୁବତୀଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା।

କଟକ(କେନ୍ୟୁଜ୍): କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ୨୦୧୬ ମେ ୯ ତାରିଖରେ ଘଟିଥିବା ଯୁବତୀ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ କଟକ ଜିଲ୍ଲା ଓ ଦୌରାଜଜ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ନିଶ୍ଚିନ୍ତକୋଇଲି ଥାନା ନତକାଇ ପଞ୍ଚାୟତରେ ୨୦୧୬ ମେ ୯ ତାରିଖ ସନ୍ଧ୍ୟାରେ ପ୍ରିୟଦର୍ଶିନୀ ପଣ୍ଡା ନାମ୍ନୀ ଯୁବତୀଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା।
ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପ୍ରଭାତ ମହାରଣାକୁ ପୋଲିସ ଗିରଫ କରିଥିଲା। ଶୁଣାଣି ସମୟରେ ପ୍ରୋସିକ୍ୟୁସନ ପକ୍ଷରୁ ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର କ୍ଷେତ୍ରମୋହନ ବେହେରା ମାମଲା ପରିଚାଳନା କରୁଥିବା ବେଳେ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଦେବାଶିଷ ସାମନ୍ତରାୟ ଏଥିରେ ସହାୟତା କରୁଥିଲେ।