ଉଲକାପିଣ୍ଡ ଖଣ୍ଡରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଘଣ୍ଟା, ଜାଣନ୍ତୁ କେତେ ରହିଛି ମୂଲ୍ୟ

ସୁଇଜରଲ୍ୟାଣ୍ଡର ଏକ କମ୍ପାନୀ ଲେସ୍ ଆଟେଲିୟର୍ସ ଲୁଇସ ମୋଏନେଟ୍ କମ୍ପାନୀ ସ୍ୱତନ୍ତ୍ର ଘଣ୍ଟା ତିଆରି ପାଇଁ ବେଶ୍‌ ଜଣାଶୁଣା । ବର୍ତ୍ତମାନ ଏହି କମ୍ପାନୀ ଏପରି କିଛି ଘଣ୍ଟା ତିଆରି କରିଛି ଯେଉଁଥିପାଇଁ ସାରା ବିଶ୍ୱରେ ଏହି କମ୍ପାନୀର ଚର୍ଚ୍ଚା ହେଉଛି ।

ଆକାଶରୁ ଉଲକାପିଣ୍ଡ ଖସିବା ତ ସାଧାରଣ କଥା। ଆପଣ ମଧ୍ୟ ଏହିପରି ଅନେକ ଘଟଣା ନିଶ୍ଚୟ ଦେଖିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଆକାଶରୁ ଖସୁଥିବା ଏହି ଉଲକାପିଣ୍ଡଗୁଡିକରୁ ମଧ୍ୟ ଘଣ୍ଟା ତିଆରି କରାଯାଇ ପାରିବ । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । ଉଲକା ପିଣ୍ଡରୁ ପୁଣି ଘଣ୍ଟା.. ଏହା କିପରି ସମ୍ଭବ.. ଏଭଳି କିଛି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଘଣ୍ଟା ବିଷୟରେ ଏବଂ ଏହାର ମୂଲ୍ୟ କେତେ ତାହା ମଧ୍ୟ ଆସନ୍ତୁ ଜାଣିବା ।

ସୁଇଜରଲ୍ୟାଣ୍ଡର ଏକ କମ୍ପାନୀ ଲେସ୍ ଆଟେଲିୟର୍ସ ଲୁଇସ ମୋଏନେଟ୍ କମ୍ପାନୀ ସ୍ୱତନ୍ତ୍ର ଘଣ୍ଟା ତିଆରି ପାଇଁ ବେଶ୍‌ ଜଣାଶୁଣା । ବର୍ତ୍ତମାନ ଏହି କମ୍ପାନୀ ଏପରି କିଛି ଘଣ୍ଟା ତିଆରି କରିଛି ଯେଉଁଥିପାଇଁ ସାରା ବିଶ୍ୱରେ ଏହି କମ୍ପାନୀର ଚର୍ଚ୍ଚା ହେଉଛି । ତେବେ ଏହି ସ୍ୱତନ୍ତ୍ର ଘଣ୍ଟା ତିଆରିରେ ଉଲକାପିଣ୍ଡର ଖଣ୍ଡଗୁଡ଼ିକ ବ୍ୟବହାର କରାଯାଇଛି ।

ଏହି ଘଣ୍ଟା ତିଆରିରେ ପାଖାପାଖି ୧୨ଟି ଭିନ୍ନ ଭିନ୍ନ ପ୍ରକାରର ଉଲକାପିଣ୍ଡ ଖଣ୍ଡର ବ୍ୟବହାର କରାଯାଇଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଉଲକାପିଣ୍ଡ ଚନ୍ଦ୍ର, ମଙ୍ଗଳ ଗ୍ରହ, ଉଲକାପାତ ଏବଂ ଆଷ୍ଟେରଏଡରୁ ପୃଥିବୀରେ ଖସିଥାଏ । ଏହି ଉଲକାପିଣ୍ଡରୁ ସ୍ୱତନ୍ତ୍ର ଘଣ୍ଟା ପ୍ରସ୍ତୁତ କରାଯାଇଛି ଯାହାର ନାମ କସ୍ମୋପଲିସ୍ ରଖାଯାଇଛି । ତେବେ ଏହି ଘଣ୍ଟାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । କାହିଁକି ନା ଏହା କୌଣସି ସାଧାରଣ ଘଣ୍ଟା ଭଳି କମ ଦାମରେ ମିଳେ ନାହିଁ । ଏହାର ଦାମ ବହୁତ ଅଧିକ ରହିଛି । ସମସ୍ତ ପ୍ରକାରର ଟ୍ୟାକ୍ସକୁ ହଟାଇବା ପରେ ଏହି ଘଣ୍ଟାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ବୋଲି କମ୍ପାନୀ କହିଛି । କିନ୍ତୁ ଟ୍ୟାକ୍ସକୁ ଯୋଡ଼ିଲେ ଏହାର ଦାମ ଆହୁରି ଅଧିକ ବଢ଼ିଯିବ । କମ୍ପାନୀ କହିଛି ଯେ ଏହି ଘଣ୍ଟା ତିଆରି କରିବା ପାଇଁ ଉଲକାପିଣ୍ଡ ସହିତ ୧୮ କ୍ୟାରେଟ୍ ରୋଜ- ଗୋଲ୍ଡ ବ୍ୟବହାର କରାଯାଇଛି ।

ତେବେ ଏହା ପ୍ରଥମ ଥର ନୁହେଁ ଯେ ଉଲକାପିଣ୍ଡରୁ କିଛି ତିଆରି କରାଯାଇଛି । ଏହାପୂର୍ବରୁ ଉଲକାପିଣ୍ଡରୁ ଏକ ସ୍ୱତନ୍ତ୍ର ପର୍ସ ମଧ୍ୟ ତିଆରି କରାଯାଇଥିଲା । ଏହି ପର୍ସକୁ କାପର୍ନି ନାମକ ଏକ ଫ୍ରାନ୍ସର କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହି ପର୍ସର ମୂଲ୍ୟ ୩୫ ଲକ୍ଷରୁ ଅଧିକ । ୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ପର୍ସଟି ଖୁବ ସୁନ୍ଦର ଭାବେ ଡିଜାଇନ କରାଯାଇଛି । ତେବେ ଘଣ୍ଟାକୁ ତ ସାଧାରଣ ଲୋକ କିଣି ପିନ୍ଧିବା ସମ୍ଭବ ନୁହେଁ । ଏହି ଘଣ୍ଟାକୁ କିଛି ଘଣ୍ଟାପ୍ରେମୀ ହିଁ କିଣି ପାରିବେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.