Below header

ଖୋର୍ଦ୍ଧା: ବାଣପୁର ସବ୍‌ ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ ପ୍ରସଙ୍ଗ, ତଦନ୍ତ କଲା ସ୍ଥାନୀୟ ପ୍ରଶାସନ

ଟଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ ଜେଲ୍‌ରେ ବିଚାରଧୀନ କଏଦୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ । ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇଆଇସି ସଂଜୟ ପଟ୍ଟନାୟକ ଓ ସାଇଣ୍ଟିଫିକ୍‌ ଦଳ ବାଣପୁର ଜେଲ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜେଲ ଅନ୍ତେବାସୀ ଓ କର୍ମଚାରୀଙ୍କୁ ସେମାନେ ପଚରାଉଚରା କରିଛନ୍ତି ।

ଏଥିସହ ଘଟଣା କିପରି ଘଟିଲା ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ତଦନ୍ତକାରୀ ଟିମ । ବାଣପୁର ଡାକ୍ତରଖାନାରେ କଏଦୀଙ୍କ ମୃତ୍ୟୁ ବାବଦରେ ଡାକ୍ତରଙ୍କ ସହ ସେମାନେ ଆଲୋଚନା କରିଛନ୍ତି । ଗତକାଲି ସନ୍ଧ୍ୟାରେ ବାଣପୁର ସବ୍‌ ଜେଲର ଏକ ମହଲା କୋଠାରୁ ଡେଇଁପଡ଼ିବାରୁ କଏଦୀ ଶିବୁନ୍‌ କିସ୍କୁର ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷ କହିଥିଲେ । ଶିବୁନ ଆସାମର ବାସିନ୍ଦା । ସେ ଗତ ମାର୍ଚ୍ଚ ୨୦ରେ ଟ୍ରେନରେ ଯିବା ବେଳେ ଖୋର୍ଦ୍ଧା ରୋଡ ଜିଆରପି ତାକୁ ଗିରଫ କରିଥିଲା । ଦୁଇ ଦିନ ତଳେ ଝାରପଡା ଜେଲରୁ ତାକୁ ବାଣପୁର ସବ ଜେଲକୁ ସ୍ଥାନାନ୍ତର କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.