ପୋଷ୍ଟ ଅଫିସରେ ୨୦୦ ଟଙ୍କା ସଞ୍ଚୟ କରି ପାଆନ୍ତୁ ୨୧ ଲକ୍ଷ, ଆପଣ ବି ହୋଇପାରିବେ ମାଲାମାଲ୍

ଆଜିର ସମୟରେ ସବୁ ଲୋକ ଟଙ୍କା ସଞ୍ଚୟ କରିବାକୁ ନେଇ ଚିନ୍ତାରେ ରହୁଛନ୍ତି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବଜାରରେ ଟଙ୍କା ରୁ ଟଙ୍କା ବନାଇବା ପାଇଁ ଅନେକ ପ୍ରକାରର ସ୍କିମ ମହଜୁଦ୍ ରହିଛି। କିନ୍ତୁ ଆଜି ଆପଣଙ୍କୁ ପୋଷ୍ଟ ଅଫିସର ଏକ ଏମିତି ସ୍କିମ୍ ବିଷୟରେ କହିବୁ, ଯେଉଁଠି ଖାତା ଖୋଲି ଆପଣ ମାତ୍ର କିଛି ସମୟ ଭିତରେ ଲକ୍ଷପତି ହୋଇପାରିବେ। ଏଥିରେ ଆପଣଙ୍କୁ ଅଧିକ ଟଙ୍କା ନିବେଶ କରିବାର ଆବଶ୍ୟକତା ବି ନାହିଁ। ଆପଣଙ୍କୁ ମାତ୍ର ୨୦୦ ଟଙ୍କା ସଞ୍ଚୟ କରିବାକୁ ହେବ। ଯଦି ଆପଣ ପ୍ରତିଦିନ ୨୦୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ଏହି ଆଧାରରେ ଆପଣଙ୍କ ସ୍କିମ ବନ୍ଦ ହେବା ପର୍ଯ୍ୟନ୍ତ ଆପଣ ୨୧ ଲକ୍ଷ ଟଙ୍କାର ଫଣ୍ଡ୍‌ ବନାଇପାରିବେ।

ପୋଷ୍ଟ ଅଫିସରେ ଏହି ଖାତାକୁ ଆପଣ ଦେଶର କୌଣସି ବି ବ୍ରାଞ୍ଚରେ ଖୋଲିପାରିବେ। କେବଳ ଏତିକି ନୁହେଁ, ଆପଣ ଚାହିଁଲେ ଏକରୁ ଅଧିକ ଖାତା ମଧ୍ୟ ଖୋଲିପାରିବେ। ଏହାଛଡା ୨ ଜଣ ଲୋକ ମିଶି ମଧ୍ୟ ଏହି ଖାତାକୁ ଅପରେଟ କରିପାରିବେ। ଧରନ୍ତୁ, ଆଜି ଆପଣଙ୍କ ବୟସ ୨୫ ବର୍ଷ ଏବଂ ଆପଣ ଆପଣଙ୍କ ଖର୍ଚ୍ଚରୁ ମାତ୍ର ୨୦୦ ଟଙ୍କା ପ୍ରତିଦିନ ସଞ୍ଚୟ କରିବେ । ତାହେଲେ ୧୫ ବର୍ଷ ପରେ ଆପଣଙ୍କୁ ୨୧ ଲକ୍ଷ ଟଙ୍କାର ସପୋର୍ଟ ମିଳିଯିବ। ଯାହା ଆପଣଙ୍କୁ ଅନେକ ସାହାଯ୍ୟ କରିବ।

mone rupeeକେମିତି ବନାଇବେ ଫଣ୍ଡ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଆପଣ ମାତ୍ର ୨୦୦ ଟଙ୍କା ପ୍ରତିଦିନ ସଞ୍ଚୟ କରି ନିବେଶ କରିବାକୁ ଭାବିବେ ତାହେଲେ ୬୦୦୦ ଟଙ୍କା ମାସକୁ ହୋଇଯିବ। ଏହିପରି ଭାବେ ଆପଣଙ୍କୁ ବାର୍ଷିକ ୭୨୦୦୦ ଟଙ୍କା ରଖିବାକୁ ହେବ। ଯଦି ଆପଣ ୧୫ ବର୍ଷ ପଯ୍ୟର୍ନ୍ତ ଏପରି କରିବେ ତାହେଲେ ଆପଣଙ୍କ ମୋଟ ନିବେଶ ୧୦.୮୦ ଲକ୍ଷ ଟଙ୍କା ହୋଇଯିବ। ଏହାସହିତ ଆପଣଙ୍କ ଟଙ୍କାରେ ପିପିଏଫର ୮ ପ୍ରତିଶତ ବାର୍ଷିକ କମ୍ପାଉଣ୍ଡ ସୁଧ ମିଶିଯିବ। ଯଦି ଆପଣଙ୍କୁ ୧୫ ବର୍ଷ ପଯ୍ୟର୍ନ୍ତ ଏହିପରି ଦରରେ ସୁଧ ମିଳିବ ତାହେଲେ ଆପଣଙ୍କର ମୋଟ ରିଟର୍ଣ୍ଣ ୨୧ ଲକ୍ଷ ଟଙ୍କା ହୋଇଯିବ।

୧୦୦ ଟଙ୍କା ଦେଇ ଖୋଲିପାରିବେ ଖାତା

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଆପଣ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଏଥିପାଇଁ କେବଳ ୧୦୦ ଟଙ୍କା ଦେବାକୁ ହେବ । କାହିଁକିନା ପୋଷ୍ଟ ଅଫିସରେ ଏହି ଖାତା ୧୦୦ ଟଙ୍କାରେ ଖୋଲାଯାଇଥାଏ। କିନ୍ତୁ ଏଥିରେ ଏକ ବର୍ଷରେ ଅତିକମରେ ୫୦୦ ଟଙ୍କା ନିବେଶ କରିବା ଜରୁରୀ ହୋଇଥାଏ। ଏହାସହିତ ଏହି ଖାତାରେ ଆପଣ ଗୋଟେ ବର୍ଷରେ ଅଧିକତମ ୧.୫ ଲକ୍ଷ ଟଙ୍କା ନିବେଶ କରିପାରିବେ। ଏଥିରେ ଜଏଣ୍ଟ ଆକାଉଣ୍ଟ ବି ଖୋଲାଯାଇପାରିବ। ସେହିପରି ଏହି ଆକାଉଣ୍ଟ ଆପଣ ନିଜ ପିଲାଙ୍କ ନାମରେ ବି ଖୋଲିପାରିବେ। କିନ୍ତୁ ଏଥିରେ ପ୍ରିମାଚ୍ୟୁର ଓ୍ଵିଥଡ୍ରୟାଲର ସୁବିଧା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.