Below header

ଶୀତଦିନେ ସକାଳୁ ଶୀଘ୍ର ଉଠିପାରୁନାହାନ୍ତି ? ତାହେଲେ ଆପଣାନ୍ତୁ ଏହି ୫ଟି ଟିପ୍ସ

ଶୀତଦିନିଆ ପାଗ ଆଉ ସକାଳର ନିଦ ବାଃ ଯେମିତି ସୋନେ ପେ ସୁହାଗା । ଏହାଛଡା ଶୀତଦିନେ ସକାଳୁ ଉଠିବା ସବୁଠାରୁ ବଡ ଦୁଃଖର ବିଷୟ । କିନ୍ତୁ ଯଦି ଶୀତଦିନେ ସକାଳେ ଉଠିବା ନିହାତି ଆବଶ୍ୟକ ତାହେଲେ କଣ କରିବା ଉଚିତ୍ ? ନା ନିଦ ଭାଙ୍ଗେ ନା ବ୍ଳାଙ୍କେଟ ଭିତରୁ ବାହାରକୁ ଯିବାକୁ ଇଚ୍ଛା ହୁଏ । ତେବେ ଏଥିପାଇଁ ଆପଣ ଟେନସନ ନିଅନ୍ତୁ ନାହିଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଟିପ୍ସ ଯାହା ଆପଣଙ୍କୁ ଏହି କଠିନ କାର୍ଯ୍ୟରେ ସାହାଯ୍ୟ କରିବ ।

ଆଲାର୍ମ – ଏହା ଠିକ ଯେ ଆଲାର୍ମ ବାଜିବା ମାତ୍ରେ ତାକୁ ବନ୍ଦ କରିଦିଆଯାଏ ଆଉ ଆପଣ ଆଉଥରେ ଶୋଇବାକୁ ଯାଆନ୍ତି, କିନ୍ତୁ ଏଥର ଆପଣଙ୍କୁ ନିଜ ମନକୁ ବୁଝାଇବାକୁ ପଡିବ ଯେ ଆଲାର୍ମର ବାଜିବା ଅର୍ଥ ଶଯ୍ୟାରୁ ଉଠିବା । ଯଦି ଏହା ନକରିବା ତେବେ ବଡ କ୍ଷତି ହୋଇପାରେ ।

LISTENING TO MUSIC IS ONE OF THE TOP TEN THINGS THAT HELP US WAKE UP |  107.5 Kool FM

ମୋବାଇଲ୍ – ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ସକାଳୁ ଉଠିବା ପରେ ବି ଯଦି ଆପଣ ଉଠିବାକୁ ସକ୍ଷମ ନୁହଁନ୍ତି ତାହେଲେ ନିଜ ମୋବାଇଲ୍ ଯାଞ୍ଚ କରନ୍ତୁ । ହଁ, ମୋବାଇଲ୍ ଚଳାଇବାବେଳେ ଆପଣ ସଚେତନ ହୋଇଥାନ୍ତି ଏବଂ ଆପଣଙ୍କର ମସ୍ତିଷ୍କ ଏଥିରେ ଆକ୍ଟିଭ ହୋଇଯାଇଥାଏ । ହ୍ଵାଟ୍ସଆପ ଏବଂ ଫେସବୁକ୍ ଚେକ କରନ୍ତୁ କିମ୍ବା ଅସମ୍ପୂର୍ଣ୍ଣ ଥିବା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ । ଦେଖିବେ କିପରି ନିଦ ଏକଦମ ଉଭେଇ ଯିବ ।

ବିଛଣା ଛାଡିଦିଅନ୍ତୁ – ସକାଳେ ନିଦ ଭାଙ୍ଗିବା ମାତ୍ରେ ଏବଂ ଆଲାର୍ମ ବାଜିବା ମାତ୍ରେ ଶୀଘ୍ର ବିଛଣା ଛାଡ଼ିଦିଅନ୍ତୁ । ଏହିପରି ଭାବେ ଆପଣଙ୍କ ଦିନର ଆରମ୍ଭ ସକରାତ୍ମକ ହେବ ଏବଂ ପୁନର୍ବାର ଶୋଇବା ପରିବର୍ତ୍ତେ ଆପଣଙ୍କୁ ନିଜର ଦିନଚର୍ଯ୍ୟା ବଢାଇବାକୁ ଇଛା ହେବ ।

How to Wake Up for Really Early Morning Workouts | Shape

ପାଣି ପିଅନ୍ତୁ – ଆପଣଙ୍କ ଶଯ୍ୟା ନିକଟରେ ପାଣି ରଖନ୍ତୁ ଏବଂ ଖଟରୁ ଉଠିବା ପରେ ପ୍ରଥମେ ପାଣି ଏକ ଗ୍ଲାସ ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କର ଅଳସୁଆମି ଏବଂ ନିଦ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯିବ ଏବଂ ବର୍ତ୍ତମାନ ଆପଣ ନିଜର ଦିନ ଆରମ୍ଭ କରିପାରିବେ ।

ଆଲାର୍ମକୁ ଦୂରରେ ରଖନ୍ତୁ – ଆଲାର୍ମ ସେଟ୍ କରିବା ପରେ ଘଣ୍ଟାକୁ ଆପଣଙ୍କ ପାଖରେ ରଖନ୍ତୁ ନାହିଁ । ନଚେତ୍ ଏହା ବାଜିବା ମାତ୍ରେ ଆପଣ ଏହାକୁ ବନ୍ଦ କରିଦେବେ । ଯଦି ଆଲାର୍ମ ଦୂରରେ ଥାଏ ତେବେ ଏହାକୁ ବନ୍ଦ କରିବା ପାଇଁ ଆପଣଙ୍କୁ ଖଟରୁ ଉଠିବାକୁ ପଡିବ । ଏବଂ ଏହା ଆପଣଙ୍କ ନିଦ ଭାଙ୍ଗିବା ପାଇଁ ଯଥେଷ୍ଟ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.