ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଖାଲି ପଡିଛି ୮୫୦୦ ପଦବୀ, ନିଯୁକ୍ତି ପାଇଁ ଜଲ୍‌ଦି କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଅପରେଟିଂସ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଉକ୍ତ ପଦବୀରେ ଆବେଦନ କରିବାର ଶେଷ ତାରିଖ ରହିଛି ୨୦୨୦ ମସିହା ୧୦ ଡିସେମ୍ବର । ଆବେଦନକାରୀ ଉକ୍ତ ପଦବୀ ପାଇଁ sbi.co.in ଜରିଆରେ ଆବେଦନ କରିପାରିବେ। ଆବେଦନକାରୀଙ୍କୁ ଏକ ଲିଖିତ ଅନଲାଇନ୍ ଟେଷ୍ଟ ଆଧାରରେ ଚୟନ କରାଯିବ। ଏହି ପରୀକ୍ଷା ୨୦୨୧ ରେ ଆୟୋଜିତ ହେବାର ଆଶା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷାର ଧାର୍ଯ୍ୟ ତାରିଖ ବିଷୟରେ କୁହାଯାଇନାହିଁ।

ଲିଖିତ ପରୀକ୍ଷାରେ ସଫଳ ହୋଇଥିବା ଆବେଦନକାରୀଙ୍କୁ ନିଜ ରାଜ୍ୟର ସ୍ଥାନୀୟ ଭାଷା ପରୀକ୍ଷା ପାଇଁ ଉପସ୍ଥିତ ହେବାକୁ ପଡିବ। ଏହାବ୍ୟତୀତ ଏକ ମେଡିକାଲ ପରୀକ୍ଷା ମଧ୍ୟ ଆୟୋଜିତ କରାଯିବ। ସୂଚନା ମୁତାବକ, ଅପରେଟିଂସଙ୍କୁ ବ୍ୟାଙ୍କରେ ୩ ବର୍ଷର ଅବଧି ଅନୁଯାୟୀ IIBF ର ପରୀକ୍ଷାରେ ପାସ୍ କରିବାକୁ ପଡିବ।

Apply ବୟସ ସୀମା

ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୨୦ ବର୍ଷ ଏବଂ ଅଧିକତମ ବୟସ ସୀମା ୨୮ ବର୍ଷ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

sbi_ଆବେଦନ ଫିସ୍

ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ୩୦୦ଟଙ୍କା ଶୁଳ୍କ ଜମା କରିବାକୁ ପଡିବ । କିନ୍ତୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପିଡବ୍ଲ୍ୟୁଡି ଆବେଦନକାରୀଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ବେତନ

ଉକ୍ତ ପଦବୀରେ ନିଯୁକ୍ତି କର୍ମଚାରୀଙ୍କୁ ପ୍ରଥମ ବର୍ଷରେ ପ୍ରତି ମାସକୁ ୧୫,୦୦୦ ଟଙ୍କା, ଦ୍ୱିତୀୟ ବର୍ଷରେ ପ୍ରତି ମାସକୁ ୧୬,୫୦୦ ଏବଂ ତୃତୀୟ ବର୍ଷରେ ପ୍ରତି ମାସକୁ ୧୯,୦୦୦ ଟଙ୍କା ଦିଆଯିବ।

Leave A Reply

Your email address will not be published.