ବିଶେଷଜ୍ଞଙ୍କ ଖୁଲାସା: ଅଧିକ ବେଗରେ ଚାଲିଲେ ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିପାରିବ ମଣିଷ !

ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି? ଯଦି ଆପଣ ଦ୍ରୁତ ଗତିରେ ୱାକ କରନ୍ତି, ତା’ହେଲେ ଆପଣ ନା କେବଳ ସୁସ୍ଥ ରହିବେ, ବରଂ ଏହାଦ୍ୱାରା ଆପଣଙ୍କ ବୟସ ମଧ୍ୟ ଲମ୍ବା ହୋଇଯିବ। ବିଶେଷଜ୍ଞଙ୍କ ମୁତାବକ, ଜୋରରେ ଚାଲିବା ଦ୍ୱାରା ହୃଦୟ ଜନିତ ରୋଗରେ ହେଉଥିବା ମୃତ୍ୟୁ ଆଶଙ୍କା ଅନେକ ମାତ୍ରାରେ କମିଯାଇଥାଏ।

uu

ଏକ ରିସର୍ଚ୍ଚରେ ଖୁଲାସା ହୋଇଛି କି, ନର୍ମାଲ ସ୍ପୀଡରେ ଚାଲିଲେ ହାର୍ଟ ରୋଗରେ ହେଉଥିବା ମୃତ୍ୟୁ ମାତ୍ର ୨୧ ପ୍ରତିଶତ କମିଯାଇଥାଏ। କିନ୍ତୁ ଅଧିକ ସ୍ପୀଡରେ ଚାଲିଲେ ଏହା ୨୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ଯଦି ଆପଣ ନର୍ମାଲ ସ୍ପୀଡରୁ ବି କମ ବେଗରେ ଚାଲନ୍ତି, ତେବେ ଏଥିରେ ମାତ୍ର ୨୦ ପ୍ରତିଶତ କମ ଆସିଥାଏ।

us

ଅନ୍ୟପକ୍ଷରେ ସିଡନୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଏମାନୁଏଲ ଷ୍ଟାମାର୍ଟକିସ କହିଛନ୍ତି, କ୍ୟାନସର ଜନିତ ମୃତ୍ୟୁ ଉପରେ ଅଧିକ ସ୍ପୀଡରେ ଚାଲିବାର କୌଣସି ପ୍ରଭାବ ପଡ଼ୁଛି କି ନାହିଁ, ତାହାର କିଛି ପ୍ରମାଣ ମହଜୁଦ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.