Below header

ପୁଣିଥରେ ବାପା ହେବାକୁ ଯାଉଛନ୍ତି କମେଡ଼ି କିଙ୍ଗ କପିଲ ଶର୍ମା ? ଭିଡିଓରେ ନଜର ଆସିଲା ପତ୍ନୀ ଗିନ୍ନିଙ୍କର ବେବିବମ୍ପ

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଘରକୁ ଖୁବ୍ ଶୀଘ୍ର ଆସୁଛନ୍ତି ଜଣେ କୁନି ଅତିଥି କାରଣ ସେ ଏଥର ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି । କପିଲଙ୍କ ପତ୍ନୀ ଜିନି ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଚାଲିଥିଲା । ଜାନୁଆରୀରେ ସେ ଆଉ ଏକ ସନ୍ତାନ ଜନ୍ମ ଦେବେ ବୋଲି କୁହାଯାଉଛି ।

 

View this post on Instagram

 

A post shared by Bharti Singh (@bharti.laughterqueen)


ଖବର ଅନୁଯାୟୀ, କପିଲଙ୍କ ମା’ ମୁମ୍ବାଇରେ ପହଞ୍ଚିଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କ ପରିବାର ମଧ୍ୟ ମୁମ୍ବାଇ ଆସୁଛନ୍ତି । ଗିନ୍ନିଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ତାଙ୍କର ବେବିବମ୍ପ ଦେଖିବାକୁ ମିଳିଛି । ନିକଟରେ କରବାଚୋୖଥ ଦିନ ଭାରତୀ ସିଂ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ । ଲାଇଭ୍ ଷ୍ଟ୍ରିମ୍ ଶେଷରେ ଜିନି ଚାତରଥଙ୍କୁ ମଧ୍ୟ କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା ଏବଂ ଏଥିରେ ତାଙ୍କ ବେବିଵମ୍ପ ସ୍ପଷ୍ଟ ଦେଖାଯାଉଥିଲା ।

ସୂଚନା ଅନୁଯାୟୀ, କପିଲ ଏବଂ ଗିନ୍ନିଙ୍କର ଏକମାତ୍ର ଝିଅ ଅନାୟରାଙ୍କୁ ଡିସେମ୍ବରରେ ଏକ ବର୍ଷ ପୁରିବ । ଅନାୟରା 10 ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ । ଏହା ବ୍ୟତୀତ ଡିସେମ୍ବର 12 ରେ କପିଲ ଶର୍ମା ଏବଂ ଜିନି ସେମାନଙ୍କର ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.