ଶିଶୁ ଅଧିକାର ସୁରକ୍ଷା, ଶିଶୁ ଶିକ୍ଷା ଓ ଯତ୍ନର ବାର୍ତ୍ତା ପାଇଁ ଖୋର୍ଦ୍ଧା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ୨୦ ଦିନ ଭ୍ରମଣ କରିବ ସଚେତନତା ରଥ, ଉଦଘାଟନ କଲେ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସ୍ଥିତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପରିସରରେ ଆଜି ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଛି । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । ସ୍ୱତନ୍ତ୍ର ଅତିଥି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ କିଟ୍‌, କିସ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ । ଏହି ଅବସରରେ ଶିଶୁ ସୁରକ୍ଷା ସଚେତନତା ରଥର ଉଦଘାଟନ କରିଥିଲେ ଡ. ସାମନ୍ତ ।

dr achyuta samanta (1)

ଏହି ରଥ ଖୋର୍ଦ୍ଧା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା, ଶିଶୁ ଶିକ୍ଷା ଓ ଯତ୍ନର ବାର୍ତ୍ତା ପାଇଁ ୨୦ ଦିନ ଭ୍ରମଣ କରିବ । ଉତ୍ସବରେ ବିଭିନ୍ନ ବିଭାଗର କର୍ମକର୍ତ୍ତା, ସିଭିଲ ସୋସାଇଟି ସଂଗଠନ, ଶିଶୁ କିଶୋର ଯୁବ ଚାମ୍ପିଅନମାନେ ଅଂଶ ଗ୍ରହଣ କରିଥିଲେ । ଅନ୍ତର୍ଜାତୀୟ ଏକତା, ବିଶ୍ୱବ୍ୟାପୀ ପିଲାମାନଙ୍କ ମଧ୍ୟରେ ସଚେତନତା ଓ ଶିଶୁ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୦ରେ ବିଶ୍ୱ ଶିଶୁ ଅଧିକାର ଦିବସ ପାଳନ କରାଯାଉଛି । ଜାତିସଂଘର ଶିଶୁ ଅଧିକ ସନନ୍ଦ ବାର୍ଷିକୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି ବାଲ୍ୟ ବିବାହ ସମାପ୍ତକୁ ସୁନିଶ୍ଚିତ କରାଇବା, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.