ଚାଟ୍‌କୁ ନ ଖୋଲି ମଧ୍ୟ ପଢ଼ି ପାରିବେ WhatsApp ମେସେଜ୍, ଜାଣନ୍ତୁ ଉପାୟ

ବିଶ୍ୱରେ ଲୋକପ୍ରିୟ Facebook ର ଇଷ୍ଟାଣ୍ଟ ମେସେଜିଂଗ ଆପ୍ ହ୍ଵାଟସଆପ୍ କୁ ଅଧିକାଂଶ ଲୋକେ ବ୍ୟବହାର କରିଥାନ୍ତି। ଏନେଇ ୟୁଜର୍ସଙ୍କ ବ୍ୟବହାର ପାଇଁ ଅନେକ ଖାସ୍ ଫିଚର୍ସ ମଧ୍ୟ ଦିଆଯାଇଛି । ୟୁଜରଙ୍କ ଏକ୍ସପିରିୟଂସକୁ ଉତ୍ତମ କରିବା ପାଇଁ କମ୍ପାନୀ ନୂଆ ନୂଆ ଫିଚର୍ସ ମଧ୍ୟ ସମୟ ସମୟରେ ଆଣୁଛି। ଏହି ଖାସ୍‌ ଫିଚର୍ସର ସୁବିଧା କେବଳ WhatsApp ରେ ନୁହେଁ ବରଂ WhatsApp Webରେ ମଧ୍ୟ ରହିଛି । ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଓ ଟ୍ରିକ୍‌ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ବିନା ଚାଟ୍ ଓପନ କରି ମଧ୍ୟ ମେସେଜ୍ କୁ ସହଜରେ ପଢିପାରିବେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଟ୍ରିକ୍ସ ଓ ଟିପ୍ସ।

chat-ସର୍ବପ୍ରଥମେ ସ୍ମାର୍ଟଫୋନ ସାହାଯ୍ୟରେ WhatsApp Web ରେ ଆପଣ ନିଜ ଆକାଉଣ୍ଟକୁ କନେକ୍ଟ କରନ୍ତୁ। କନେକ୍ଟ କରିବା ପାଇଁ ଫୋନରେ ହ୍ଵାଟସଆପ୍ ଓପନ୍ କରନ୍ତୁ। ଆପ୍ ଓପନ୍ କରିବା ପରେ ଡାହାଣ ପାର୍ଶ୍ୱରେ ଦେଖାଯାଉଥିବା ୩ଟି ଡଟ୍ ଉପରେ କ୍ଲିକ୍ କରନ୍ତୁ।

-ଏଠାରେ ଆପଣଙ୍କୁ ହ୍ଵାଟସଆପ୍ େଓ୍ଵବ ଅପ୍ସନ୍ ଦେଖାଯିବ। ଆପଣଙ୍କୁ ହ୍ଵାଟସଆପ୍ େଓ୍ଵବରେ ଦେଖାଯାଉଥିବା WhatsApp QR Code କୁ ମୋବାଇଲ ଦ୍ୱାରା ସ୍କାନ୍ କରିବାକୁ ପଡିବ। ସ୍କାନ୍ ହେବା ପରେ ଆପଣଙ୍କ ହ୍ଵାଟସଆପ୍ ଆକାଉଣ୍ଟ ଡେସ୍କଟପ୍ ରେ ଓପନ୍ ହୋଇଯିବ।

whatsapp-notifications-WhatsApp Web ରେ ଆକାଉଣ୍ଟ କନେକ୍ଟ ହେବା ପରେ ଯଦି ଆପଣଙ୍କ ପାଖରେ କୌଣସି ୟୁଜରଙ୍କ ଠାରୁ ମେସେଜ୍ ମିଳିଥାଏ ଏବଂ ଆପଣ ଚାହିଁଥାନ୍ତି ଚାଟ୍ ନଖୋଲି କିପରି ମେସେଜ୍ ପଢିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ବିଶେଷ କିଛି କରିବାକୁ ପଡିବ ନାହିଁ। ଏଥିପାଇଁ କେବଳ ଆପଣଙ୍କୁ ସେହି ଚାଟ୍ ଉପରକୁ କର୍ସର ନେବାକୁ ପଡିବ। ବାସ୍ ଏହାପରେ ଆପଣଙ୍କୁ ଲାଟେଷ୍ଟ ମେସେଜ୍ ସୋ’ ହେବ ଏବଂ ଆପଣ ଚାଟ୍ ଉପରେ କ୍ଲିକ୍ ନକରି ମେସେଜ୍ କୁ ସହଜରେ ପଢିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.