Below header

ଲକଡାଉନ ପାଇଁ ବାପାଙ୍କ ଅନ୍ତେଷ୍ଟିରେ ପହଞ୍ଚି ପାରିଲାନି ପୁଅ, ଭିଡିଓ କଲରେ ଦେଖିଲା ଶେଷକୃତ୍ୟ

ଭୁବନେଶ୍ୱର : ଲକଡାଉନ ପାଇଁ ବାପାଙ୍କ ଅନ୍ତେଷ୍ଟିରେ ପହଞ୍ଚି ପାରିଲାନି ପୁଅ । ବେଙ୍ଗାଳୁରୁ ଭିଡିଓ କଲରେ ପୁଅ ଦେଖିଲା ବାପାଙ୍କ ଅନ୍ତେଷ୍ଟି କର୍ମ । ଏଭଳି ଏକ ଦୁଃଖଦନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ । ରଣପୁର ଥାନା ମୟୁରଝଲିଆ ଗାଁଏ ଭଗବାନ ନାୟକ ଗତ 17 ତାରିଖରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ସେ ଶ୍ୱାସ ରୋଗ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ । ତେବେ ତାଙ୍କର ପୁଅ ନୃସିଂହ ବେଙ୍ଗାଳୁରୁରେ ଏକ ଆଇଟି କମ୍ପାନୀ ରେ ଚାକିରୀ କରିଛନ୍ତି । ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଆସିପାରି ନଥିଲେ । କାରଣ ଲାକଡାଉନ ପାଇଁ ଆସିବା ସମ୍ଭବ ହୋଇ ନଥିଲା । ପରେ ଭିଡିଓ କଲରେ ବାପାଙ୍କ ଶେଷକୃତ୍ୟ ଦେଖିଥିଲେ ନୃସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.