ଖୋର୍ଦ୍ଧା: ନାଚୁଣୀ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା ଗ୍ୟାସ୍ ଟ୍ୟାଙ୍କର୍,ବଡ ଅଘଟଣରୁ ବର୍ତ୍ତିଗଲେ ଅଞ୍ଚଳବାସୀ

ଟାଙ୍ଗି(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା ଗ୍ୟାସ୍ ଟ୍ୟାଙ୍କର୍ । ବିଶାଖାପାଟଣାରୁ ଖୋର୍ଦ୍ଧା ବିପିସିଏଲ୍ ଯାଉଥିବା ସମୟରେ ଏପରି ଅଘଟଣ ଘଟିଛି। ନାଚୁଣୀ ଫାଣ୍ଡି ଅଧିକାରୀ ତୁରନ୍ତ ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ୱାଇଁଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ।

ଏହାପରେ ବିପିସିଏଲ୍‌ଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ବିପିଏସ୍‌ଏଲ୍ ତରଫରୁ ଟେକ୍ନସିଆନ୍ ପହଞ୍ଚି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଛି କି ନାହିଁ ତାହା ପରୀକ୍ଷା କରିଥିଲେ । ଗ୍ୟାସ୍ ଲିକ୍ ହେଉନଥିବାର ଜଣାପଡିବା ପରେ ତିନୋଟି କ୍ରେନ୍ ସାହାଯ୍ୟରେ ଏହି ଟ୍ୟାଙ୍କରକୁ ଉଠାଇବାର ବ୍ୟବସ୍ଥା କରାଯାଇଥିଲା ।

ଘଟଣାସ୍ଥଳରେ ବାଣପୁର ତହସିଲଦାର ମନ୍ମଥ ବେହେରା, ଏସ୍‌ଡିପିଓ ସୁରେଶ ଦାସ, ଆଇଆଇସି ସଞ୍ଜୟ ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଘଟଣାର ତଦାରଖ କରିଥିଲେ। କିନ୍ତୁ ଏଥିରୁ ଯଦି ଗ୍ୟାସ ଲିକ ହୋଇଥାନ୍ତା ତେବେ ଏକ ବଡ ଧରଣର ଅଘଟଣ ଘଟିଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.