Below header

କରୋନା ପାଇଁ କେନ୍ଦ୍ର ସରକାରୀ ଚାକିରିଆଙ୍କ ପେନ୍‌ସନ୍‌ କଟାଯିବ ନାହିଁ, କହିଲେ ଅର୍ଥମନ୍ତ୍ରୀ ସୀତାରମଣ

କରୋନା ପାଇଁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ବିଭିନ୍ନ ସୂତ୍ରରୁ ସରକାରଙ୍କ ରାଜକୋଷକୁ ଆର୍ଥିକ ସହାୟତା ମିଳିବାରେ ଲାଗିଛି । ଏହି ସମୟରେ ସରକାର ମନ୍ତ୍ରୀ, ଏମ୍‌ଏଲ୍‌ଏ ଓ ବିଭିନ୍ନ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ଘୋଷଣା କରିଥିଲେ ।

ସେତେବେଳେ ପେନ୍‌ସନଧାରୀଙ୍କର ମଧ୍ୟ ଦରମା ହ୍ରାସ କରିବାକୁ ସରକାର ଯୋଜନା କରିଥିଲେ । ଏବେ ପେନ୍‌ସନ୍‌ଧାରୀଙ୍କ ପେନ୍‌ସନ କାଟିବାରେ ଯୋଜନା ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ।

ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ରବିବାର ଏକ ଟ୍ଵିଟ୍‌ ମାଧ୍ୟମରେ କହିଛନ୍ତି ଯେ କର୍ମଚାରୀଙ୍କ ଦରମା ଓ ପେନ୍‌ସନ୍‌ କାଟିବାର ସରକାରଙ୍କର କୈାଣସି ଯୋଜନା ନାହିଁ । ଯଦିଓ ପୂର୍ବରୁ ପେନ୍‌ସନଧାରୀଙ୍କର ୨୦ ପ୍ରତିଶତ ପେନ୍‌ସନ କଟାଯିବ ବୋଲି ଶୁଣାଯାଇଥିଲା ।

ତେବେ ଏସବୁ ଉଡ଼ା ଖବର ଉପରେ ବିଶ୍ୱାସ ନକରିବାକୁ ସରକାର କହିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ୬୫.୨୬ ଲକ୍ଷ ପେନ୍‌ସନ୍‌ଧାରୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.