Below header

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମହମ୍ମଦ ରଫିକ୍

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମହମ୍ମଦ ରଫିକ୍‌ । ତାଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟଙ୍କ କଲେଜିୟମ୍ କମିଟି ‌ । ଜଷ୍ଟିସ ରଫିକ ବର୍ତ୍ତମାନ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ତାଙ୍କୁ ଓଡ଼ିଶା ହାଇକୋର୍ଟଙ୍କୁ ବଦଳି କରିବା ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ୍‌ ସୁପାରିଶ କରିଛନ୍ତି । ଜଷ୍ଟିସ ମହମ୍ମଦ ରଫିକ୍‌ ହେଉଛନ୍ତି ରାଜସ୍ଥାନର ମୂଳ ବାସିନ୍ଦା । ୨୦୦୮ରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.