ବାଲେଶ୍ବର : ଲୋକସଭା ନିର୍ବାଚନ ପାଇଁ ତିନି ଦଳର ଜୋରଦାର ପ୍ରଚାର

ବାଲେଶ୍ୱର ଲୋକସଭା ପାଇଁ ଚାଲିଛି ଜୋରଦାର ପ୍ରଚାର। ନିର୍ବାଚନୀ ମଇଦାନରେ ତିନି ଦଳର ପ୍ରାର୍ଥୀ ଭୋଟ ହାତେଇବାକୁ କରୁଛନ୍ତି ପ୍ରାଣମୂର୍ଚ୍ଛା ଉଦ୍ୟମ । ପ୍ରାର୍ଥୀମାନେ ବିଭିନ୍ନ ପ୍ରତିଶ୍ରୁତି ଓ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟରେ ପହଂଚୁଛନ୍ତି ।
ବାଲେଶ୍ୱର ଲୋକସଭା ନିର୍ବାଚନରେ ହାଇ ଭୋଲଟେଜ୍ ଲଢେଇା ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା, ବିଜେପିରୁ ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ରବୀନ୍ଦ୍ର ବିଭିନ୍ନ ରାଲି ଓ ସମାବେଶ ଜରିଆରେ ଦଳକୁ ଆହୁରି ସୁଦୃଢ଼ କରିବାରେ ଲାଗିଛନ୍ତି।

ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଜୋରଦାର କ୍ୟାମ୍ପେନ କରୁଛନ୍ତି। ୨୦୧୪ରେ ପ୍ରତାପ, ରବୀନ୍ଦ୍ର ଜେନାଙ୍କଠାରୁ ହାରିଥିଲେ। ସେପଟେ ଏଥର କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ନବଜ୍ୟୋତି ପଟ୍ଟନାୟକ ଗାଁ ଗାଁ ବୁଲି ଭୋଟରଙ୍କ ପାଖକୁ ଯାଉଛନ୍ତି। ବାଲେଶ୍ୱର ଲୋକସଭା ଅଧିନରେ ଥିବା ୭ ବିଧାନସଭା ମଧ୍ୟରୁ ୨୦୧୪ରେ ବିଜେଡି କେବଳ ରେମୁଣାକୁ ଛାଡିଦେଲେ ସମସ୍ତ ୬ଟିରେ ବିଜୟ ହୋଇଥିଲାା ହେଲେ ଚଳିତ ନିର୍ବାଚନରେ ବିଜେଡି ନିଳଗିରୀ, ରେମୁଣା ଓ ବଡସାହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇବା ସହ ଯୁବ ନେତୃତ୍ୱଙ୍କୁ ପ୍ରାଧାନ୍ୟ ଦେଇଛିା ସେପଟେ ବିଜେପି ବି ୭ଟି ଯାକ ନିର୍ବାଚନ ମଣ୍ଡଳୀରୁ ବାଲେଶ୍ୱର ସଦର ଓ ରେମୁଣାରେ ପ୍ରାର୍ଥୀ ଅପରିବର୍ତ୍ତିତ ରଖିଥିବାବେଳେ ୫ଟିରେ ପ୍ରାର୍ଥୀ ପରିବର୍ତ୍ତନ କରିଛିା କଂଗ୍ରେସ ୬ଟି ନିର୍ବାଚନମଣ୍ଡଳୀ ପାଇଁ ନୂଆ ପ୍ରାର୍ଥୀ ଦେଇଛିା

Leave A Reply

Your email address will not be published.