କିଟ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ପବ୍ଲିକ ରିଲେସନ ସମିଟ

ଭୁବନେଶ୍ବର(କେନ୍ୟୁଜ୍) : କିଟ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମାସ୍ କମ୍ୟୁନିକେସନ ବିଭାଗ ପକ୍ଷରୁ ପବ୍ଲିକ ରିଲେସନ ସମିଟ । ଏହାର ଶୀର୍ଷକ ରହିଛି ଟେଲିଂ ୟୋଅର ୱନ ଷ୍ଟୋରୀ ଇନ ଏ ଡାଇନାମିକ ଓ୍ଵାର୍ଲଡ । କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଇଣ୍ଡିଆ ନ୍ୟୁଜର ମ୍ୟାନେଜିଂ ଏଡିଟର ରାଣା ଯଶୋବନ୍ତ । ବର୍ତ୍ତମାନ ସମାଜରେ ପବ୍ଲିକ ରିଲେସନର ଗୁରୁତ୍ୱ କଣ ରହିଛି । କିଭଳି ଜଣେ ନିଜର କମ୍ୟୁନିକେସନ ଦକ୍ଷତାକୁ ଉନ୍ନତ କରିପାରିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଥିଲେ । ସେହିଭଳି ପବ୍ଲିକ ରିଲେସନ ସୋସାଇଟି ଅଫ ଇଣ୍ଡିଆ, ଭୁବନେଶ୍ୱର ସର୍କଲର ଚେୟାରମ୍ୟାନ ଅମରଜ୍ୟୋତି ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପବ୍ଲିକ ରିଲେସନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରାଇଥିଲେ । ଏହି ଅବସରରେ କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ସ୍କୁଲ ଅଫ ମାସ କମ୍ୟୁନିକେସନ ବିଭାଗର ସିଇଓ ପ୍ରଫେସର ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.