Below header

ରାଇରଙ୍ଗପୁର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ୬ଲକ୍ଷ ଟଙ୍କା ଲୁଟ୍ କଲେ ମୁଖାପିନ୍ଧା ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଭିଜୁଆଲ

ରାଇରଙ୍ଗପୁର(କେନ୍ୟୁଜ୍): ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍। ୬ଲକ୍ଷ ଲୁଟର ଭିଜୁଆଲ ସିସିଟିଭିରେ କଏଦ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅଞ୍ଚଳରେ ହୋଇଛି ଲୁଟ। ଗତକାଲି ରାତି ପ୍ରାୟ ୧୦ଟା ୫୦ରେ ଜାରୁଲ ଏଣ୍ଟରପ୍ରାଇସ ନାମକ ମସଲା ଦୋକାନର ଲୁଟ କରିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ। ସଟର ବନ୍ଦ କରି ବ୍ୟବସାୟୀ ଜଣକ ଘରକୁ ଫେରୁଥିବା ବେଳେ ତାଙ୍କୁ ବନ୍ଧୁକ ଦେଖାଇ ସଟର ଖୋଲିଥିଲେ ଦୁର୍ବୃତ୍ତ। ପରେ କ୍ୟାସ କାଉଣ୍ଟରରେ ଥିବା ୬ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଫେରାର ହେବା ପୂର୍ବରୁ ଗୋଟିଏ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିବା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। କିଛି ଦିନ ପୂର୍ବରୁ ମଧ୍ୟ ଜଣେ ଧାନ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ ହୋଇଥିବାରୁ ଏହି ଘଟଣା ପରେ ବ୍ୟବସାୟୀ ମାନେ ଆତଙ୍କିତ ହୋଇପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.