Below header

ନୟାଗଡ଼: ସହିଦ ରଘୁ ଦିବାକର ସଂସ୍କୃତି ଭବନ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧନୟାଗଡ଼ ଠାରେ ଥିବା ସହିଦ ରଘୁ ଦିବାକର ସଂସ୍କୃତି ଭବନ ଉପରକୁ ଗୁଳିମାଡ । ଗତକାଲି ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ୨ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ପ୍ରତିଦିନ ଭଳି କିଛି ଯ଼ୁବକ ସଂସ୍କୃତି ଭବନ ପରିସରରେ ଶୋଇଥିଲେ।

guli madaରାତି ପ୍ରାୟ ୨ଟା ରେ ୨ଟି ମଟର ସାଇକେଲରେ ୫ଜଣ ଦୁର୍ବୃତ୍ତ ଆସି ଗ୍ରୀଲ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ଭିତରେ ଥିବା ଯୁବକମାନେ ଉଠି ଗ୍ରାମବାସୀଙ୍କୁ ଫୋନ କରିବା ସହ ନିଜେ ବାହାରକୁ ଆସି ଦେଖିଲା ବେଳକୁ ଦୁର୍ବୃତ୍ତମାନେ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଅନ୍ୟପଟେ ଖବର ପାଇ ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରିବା ସହ ଛାନଭିନ୍ ଆରମ୍ଭ କରିଛି । ପୋଲିସ କହିଛି ତଦନ୍ତ ଚାଲିଛି ଦୋଷୀ ଖୁବ ଶୀଘ୍ର ଧରା ହେବେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.