Below header

ନିର୍ଭୟା ମାମଲା : ଅନ୍ୟତମ ଦୋଷୀ ମୁକେଶର ଆବେଦେନ ଉପରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ : ନିର୍ଭୟା କାଣ୍ଡର ଅନ୍ୟତମ ଦୋଷୀ ମୁକେଶର ଆବେଦନ ଉପରେ ଆଜି ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ । ଫେବ୍ରୁଆରୀ ୧ ତାରିଖରେ ଫାଶୀ ପାଇବାକୁ ଥିବା ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଦେବା ପରେ ଏହାକୁ ଚ୍ୟାଲେଞ୍ଜ କରି ସେ ସବର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି । ଗତ ଶନିବାର ଦିନ ଏ ନେଇ ମୁକେଶର ଓକିଲ ବୃନ୍ଦା ଗ୍ରୋଭର କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ । । ରାଜକ୍ଷମାର ଖାରଜକୁ ନେଇ ବିଚାର ବିଭାଗୀୟ ସମୀକ୍ଷା କରିବାକୁ ପିଟିସନରେ ନିବେଦନ କରାଯାଇଛି । ତେବେ ଜରୁରୀ ମାମଲା ହୋଇଥିବାରୁ ତୁରନ୍ତ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.