Below header

ଏସଆଇଙ୍କ ଉପସ୍ଥିତିରେ କଣ୍ଟାବାଞ୍ଝି ଥାନାରେ ଅଘଟଣ, ଅଭିଯୋଗ ଦେବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ

କଣ୍ଟାବାଞ୍ଝି(କେନ୍ୟୁଜ୍): ଥାନା ଭିତରେ ଅଭିଯୋଗକାରୀଙ୍କ ସଂପର୍କୀୟଙ୍କୁ ଯୁବକଙ୍କୁ ଆକ୍ରମଣ। କଣ୍ଟାବାଞ୍ଝି ଥାନାରେ ଘଟିଛି ଏଭଳି ମାମଲା। ଗତକାଲି ସାଧାରଣତନ୍ତ୍ର ଦିବସ ପାଳନ ବେଳେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବାକୁ ଆସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଥାନା ଭିତରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ। ଝଗଡ଼ା ସମୟରେ ପୋଲିସ ଏସଆଇଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରେ ଆକ୍ରମଣ କରି ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ପୋଲିସ ଜଣକୁ ପୋଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ଅଭିଯୋଗକାରୀଙ୍କ ମାମଲା ଆଧାରରେ ତଦନ୍ତ ଚଳାଇଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.