Below header

ପ୍ରେମ ସହିତ ଟଙ୍କା ଫେରି ପାଇବା ପାଇଁ ସମଲେଇଙ୍କୁ ପତ୍ର ଲେଖି ଗୁହାରି କଲେ ଯୁବତୀ

ପ୍ରେମରେ ସଫଳ ହେବା ସହ ପ୍ରେମିକ ସହ ବାହାଘର ହେଉ ବୋଲି ମାଁ ସମଲେଇଙ୍କୁ ଗୁହାରି ଗଲା ପ୍ରେମିକା । ଏ ଏମିତି ସେମିତି ଗୁହାରୀ ନୁହେଁ ମାଁ ସମଲେଇଙ୍କୁ ପତ୍ର ଲେଖି ନିଜର ମନୋସ୍କାମନା ପୂର୍ଣ୍ଣ ପାଇଁ ଗୁହାରି କରିଛନ୍ତି ଜଣେ ଯୁବତୀ । ଆଗକୁ ପ୍ରେମ ଜୀବନ ( ଲଭ୍ ଲାଇଫ୍) ରେ କୌଣସି ସମସ୍ୟା ନହେଉ ଓ ପ୍ରେମିକ ସଂଜୀବ ସହ ଅତିଶୀଘ୍ର ବାହାଘର ହେଉ ବୋଲି ସେ ମାଁଙ୍କୁ ପତ୍ର ଲେଖିଛନ୍ତି । ଆଉ ସେ ପତ୍ର କୁ କିଛି ଦିନ ପୂର୍ବେ ସମଲେଇ ମନ୍ଦିରରେ ଥିବା ହୁଣ୍ଡିରେ ପକାଇ ଦେଇଛନ୍ତି । ଯାହା ଆଜି ହୁଣ୍ଡି ଖୋଲା ଯିବାରୁ ଏହି ପତ୍ରଟି ମନ୍ଦିର ଟ୍ରଷ୍ଟବୋର୍ଡ କର୍ମକର୍ତାଙ୍କ ହାତରେ ଲାଗିଛି । ଏହା ସହ ଆଉ ଜଣେ ଯୁବକଙ୍କ ପତ୍ର ମଧ୍ୟ ମିଳିଛି । ସେଥିରେ ସେ ନିଜର ସାହାରା ଅଫିସରେ ଫସିଥିବା ପଇସା ଶୀଘ୍ର ମିଳିଯିବା ନେଇ ମାଁଙ୍କୁ ଗୁହାରି କରିଛି । ମାସକରେ ଥରେ ହୁଣ୍ଡି ଖୋଲାଯାଏ ତେବେ ଆଜି ହୁଣ୍ଡି ଖୋଲାଯିବା ପରେ ଏପରି ଦୁଇଟି ପତ୍ର ବାହାରିବାରୁ ମନ୍ଦିର ପ୍ରଶାସନ ମଧ୍ୟ ପତ୍ରକୁ ନେଇ ମାଁଙ୍କଠାରେ ପାଠ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.