Below header

ଭୁବନେଶ୍ବର: ମାଲିକ ଘରୁ ସୁନା ଚୋରି କରି ବ୍ୟାଙ୍କରେ ବନ୍ଧା ପକାଇ ସ୍କୁଟି କିଣିଥିଲା କାମବାଲି, ବାନ୍ଧିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଘରେ କଳାକନା ବୁଲାଇଲା କାମବାଲି । ଦିନେ ଦୁଇଦିନ ନୁହେଁ, ଗତ କିଛି ମାସ ଧରି ଘରୁ କରୁଥିଲା ସୁନା ଚୋରୀ। ଚୋରୀ ସୁନା ବନ୍ଧକ ରଖି କିଣିଥିଲା ସ୍କୁଟି। ଶେଷରେ ଗିରଫ ହେଇ ଏବେ ଥାନାରେ। ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ମାଲିକଙ୍କ ଘରେ ପ୍ରାୟ ତିନି ବର୍ଷ ଧରି କାର୍ଯ୍ୟ କରୁଥିଲା କାମବାଲି। ମାଲିକାଣୀଙ୍କ ବିଶ୍ୱାସ ଜିତିବା ପରେ ତା ହାତରେ ଘରର ଦାୟିତ୍ୱ ଦେଇ ଯାଉଥିଲେ ଅଫିସ। ହେଲେ ଘରେ କେହି ନଥିବାର ସୁଯୋଗ ନେଇ ଘରୁ ପ୍ରତିଦିନ କିଛି କିଛି ସୁନା ଚୋରି କରୁଥିଲା।

ଏହି କାର୍ଯ୍ୟରେ କାମବାଲି କୁ ସହଯୋଗ କରୁଥିଲା ତାର ପଡ଼ୋଶୀ। ଚୋରୀ ସୁନାକୁ ବ୍ୟାଙ୍କରେ ବନ୍ଧା ପକାଇ ଟଙ୍କା ଆଣିବା ପରେ ସେଥିରେ ସ୍କୁଟି କିଣିଥିଲା। ତେବେ ମାଲିକାଣୀର ସନ୍ଦେହ ହେବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଶେଷରେ ସତ ସାମନାକୁ ଆସିଥିଲା। କାମବାଲି ଓ ତାର ସହଯୋଗୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.