Below header

ପିଲା ଜନ୍ମ କରୁଥିଲା ଗାର୍ଲଫ୍ରେଣ୍ଡ୍‌, ଏପଟେ ହସପିଟାଲରୁ ଶାଶୂକୁ ନେଇ ଫେରାର୍ ହୋଇଗଲା ବୟଫ୍ରେଣ୍ଡ୍‌

ଦେଶ ଏବଂ ଦୁନିଆରେ ଆପଣ ପ୍ରେମିକ ଏବଂ ପ୍ରେମିକାଙ୍କୁ ଲୁଚି ପଳାଉଥିବା ଖବର ଶୁଣିଥିବେ କିନ୍ତୁ ଏଥର ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମାଟି କାମୁଡିଦେବେ। ଇଂଲଣ୍ଡର ଜଣେ ଯୁବକ ନିଜ ଶାଶୁକୁ ନେଇ ସେତେବେଳେ ପଳାଇଛି ଯେଉଁ ସମୟରେ ତାର ଗାର୍ଲଫ୍ରେଣ୍ଡ ହସପିଟାଲରେ ତା ପିଲାକୁ ଜନ୍ମ ଦେଉଥିଲା।

୨୪ ବର୍ଷିୟା ଜେସ୍ ଅଲଡ୍ରିନ୍ ନିକଟରେ ନିଜ ବୟଫ୍ରେଣ୍ଡ ରେୟାନ ସେଲଟନଙ୍କ ଦ୍ୱିତୀୟ ପିଲାକୁ ଜନ୍ମ ଦେଇଛନ୍ତି। କିନ୍ତୁ ଯାହାର ପିଲାକୁ ସେ ଜନ୍ମ ଦେଉଛନ୍ତି ସେ ତାର ନିଜ ମା’ ସହିତ ରିଲେସନସିପରେ ରହି ଏବେ ଫେରାର ହୋଇଯାଇଛି। ତେବେ ନିଜ ବୟଫ୍ରେଣ୍ଡର ଧୋକାକୁ ନେଇ କଣ କହିଲେ ପ୍ରେମିକ ଆସନ୍ତୁ ଜାଣିବା।

jes
pic courtesy : the daily mail

ନିଜର ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପୂର୍ବରୁ ଜେସ୍ ଅଲଡ୍ରିଜ ଏବଂ ୨୯ ବର୍ଷିୟ ରେୟାନ ନିଷ୍ପତ୍ତି ନେଲେ ଯେ ଉଭୟେ ନିଜ ୪୪ ବର୍ଷିୟ ମାଆ ଜର୍ଜିୟାଙ୍କ ସହିତ ତାଙ୍କ ଘରେ ରହିବେ। ତାଙ୍କ ମାଆ ହିଁ ତାଙ୍କୁ କହିଥିଲେ ଯେ ତାଙ୍କ ଦୁଇ ପିଲା ତାଙ୍କ ଘରେ ରହିଲେ ଠିକ ଭାବେ ଯତ୍ନ ନେଇହେବ। ତେବେ ପିଲାକୁ ଜନ୍ମ ଦେବା ପରେ ଜେସ୍ ଯେତେବେଳେ ତାଙ୍କ ଘରେ ପହଁଚିଲେ ସେତେବେଳ ସେ ଜାଣିବାକୁ ।ଇଲେ ଯେ ତାଙ୍କ ବୟଫ୍ରେଣ୍ଡ ଏବଂ ତାଙ୍କ ମା ଉଭୟେ ରିଲେସନସିପରେ ଅଛନ୍ତି ଏବଂ ସେ ଦୁହେଁ ଫେରାର ହୋଇଯାଇଛନ୍ତି। ଆଉ ନିଜ ଘର ଠାରୁ ୩୦ କିମି ଦୂର ଏକ ନୂଆ ଘରେ ରହୁଛନ୍ତି।

ryan jes
pic courtesy : the daily mail

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜେସ୍ ଏବଂ ରିୟାନ ଉଭୟେ ତିନି ବର୍ଷ ପୂର୍ବରୁ ଫେସବୁକ ଜରିଆରେ ଭେଟିଥିଲେ ଏବଂ ସେବେଠାରୁ ସାଥିରେ ରହୁଥିଲେ। ହାଉସକିପର କାମ କରୁଥିବା ଜେସ୍ ୨୦୧୯ରେ ଗୋଟେ ପିଲାର ମା ହୋଇଥିଲେ। ସେ କହିଛନ୍ତି ଯେ ବୟଫ୍ରେଣ୍ଡ ରିୟାନ ସହିତ ସେ ସାଥିରେ ରହିବା ପରେ ସେ ତାଙ୍କ ମାଆ ସହିତ ଫ୍ଲର୍ଟ କରିବା ଆରମ୍ଭ କରିଦେଲେ। ସେ ଦୁହେଁ ଉଭୟେଙ୍କୁ ଫ୍ଲର୍ଟ କରୁଥିଲେ ଏବଂ ସବୁଦିନ କିଚେନ ରୁମରେ ବସି ମଦ ପିଉଥିଲେ ଆଉ ଦୁହେଁ ଦୁହିଁଙ୍କୁ ଜୋକ୍ କରୁଥିଲେ।

ପୀଡିତା ଯୁବତୀଜେସ୍ କହିଛନ୍ତି ଯେ, ‘ସେ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।’ ପ୍ରେଗନାନ୍ସୀ ସମୟରୁ ହିଁ ଦୁହିଁଙ୍କ ମଧ୍ୟରେ ଅଫେୟାର ଥିଲା। ପିଲା ଜନ୍ମ ପରେ ବୟଫ୍ରେଣ୍ଡଙ୍କ ଚିଠି ଦ୍ୱାରା ହିଁ ଜେସ୍ ଏସବୁ କଥା ଜାଣିପାରିଲେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.