ଚଳିତବର୍ଷ ମିଳିବ ଭଲ ଇନ୍‌କ୍ରିମେଣ୍ଟ ! ୯୨ ପ୍ରତିଶତ କମ୍ପାନୀ ଦରମା ବଢ଼ାଇବା ପାଇଁ କରୁଛନ୍ତି ପ୍ରସ୍ତୁତି

ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏକ ସର୍ଭେ ମୁତାବକ, ଚଳିତବର୍ଷ ୯୨ ପ୍ରତିଶତ କମ୍ପାନୀ ନିଜ କର୍ମଚାରୀଙ୍କୁ ବେତନରେ ଇନ୍‌କ୍ରିମେଣ୍ଟ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଡେଲୟଟ୍‌ ଦ୍ୱାରା କରାଯାଇଥିବା ଏହି ସର୍ବେକ୍ଷଣରେ ସାମିଲ କମ୍ପାନୀଗୁଡ଼ିକ ମଧ୍ୟରୁ ୯୨ ପ୍ରତିଶତ ବେତନ ବଢ଼ାଇବା କଥା କହିଛନ୍ତି। ଗତବର୍ଷ କେବଳ ୬୦ ପ୍ରତିଶତ କମ୍ପାନୀ ହିଁ ଏହା କହିଥିଲେ।

କରୋନା ମହାମାରୀ ପରେ ବ୍ୟବସାୟିକ ଗତିବିଧି ଆଶାଠାରୁ ଅଧିକ ବଢ଼ି ଚାଲିଛି ଏବଂ ଉପଭୋକ୍ତାମାନଙ୍କ ଭରସା ବଢ଼ାଇବା ଲକ୍ଷ୍ୟରେ କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କ ବେତନରେ ପାଖାପାଖି ୭.୩ ପ୍ରତିଶତ ବୃଦ୍ଧି କରିପାରନ୍ତି। ୨୦୨୧ର ପ୍ରଥମ ପର୍ଯ୍ୟାୟ ସର୍ଭେରେ ଜଣାପଡ଼ିଛି କି, ଚଳିତବର୍ଷ କର୍ମଚାରୀଙ୍କ ବେତନ ୨୦୨୦ର ୪.୪ ପ୍ରତିଶତରୁ ଅଧିକ ଏବଂ ୨୦୧୯ର ୮.୬ ପ୍ରତିଶତରୁ କମ୍‌ ରହିବ।

୨୦ ପ୍ରତିଶତ କମ୍ପାନୀ ଦେବେ ଭଲ ଇନ୍‌କ୍ରିମେଣ୍ଟ

ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ମୁତାବକ, ୨୦ ପ୍ରତିଶତ କମ୍ପାନୀ ଚଳିତବର୍ଷ ଦୁଇ ଅଙ୍କରେ ବେତନ ବୃଦ୍ଧିର ଯୋଜନା କରିଛନ୍ତି। ୨୦୨୦ରେ ଏହି ଅଙ୍କ ୧୨ ପ୍ରତିଶତ ଥିଲା। ଯେଉଁ କମ୍ପାନୀ ଗତବର୍ଷ ବେତନ ବଢ଼ାଇ ନ ଥିଲେ, ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଚଳିତବର୍ଷ ବେତନ ବୃଦ୍ଧି କିମ୍ବା ବୋନସ୍‌ ରୂପରେ ଭରଣ କରିବାକୁ ପ୍ରସ୍ତୁତି କରୁଛନ୍ତି। ସର୍ବେକ୍ଷଣ ଗତବର୍ଷ ଡିସେମ୍ବରରେ ଆରମ୍ଭ ହୋଇଥିଲା। ଏଥିରେ ପାଖାପାଖି ୪୦୦ କମ୍ପାନୀ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.