Below header

ଭୟାନକ ଦୁର୍ଘଟଣା: ଏମିତି ଧକ୍କା ଦେଲା କାର୍‌ ଯେ ଗାଡ଼ି ଛାତ ଉପରେ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ପୁଣି ମୃତଦେହ ସହ ଗାଡ଼ି ଚଳାଇ ଗଲେ ୧୦ କିମି

ପଞ୍ଜାବର ମୋହାଲିରୁ ସଡ଼କ ଦୁର୍ଘଟଣାର ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଜଣେ ସାଇକେଲ ଆରୋହୀଙ୍କୁ ଜୋର୍‌ରେ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ କାର୍‌ ଧକ୍କାରେ ସାଇକେଲ ଆରୋହୀ ସିଧା ଯାଇ କାର୍‌ ଛାତ ଉପରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସବୁଠୁ ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ କାର୍‌ ଚାଳକ ନ ଅଟକି ମୃତଦେହ ସହ ପାଖାପାଖି ୧୦ କିମି ପର୍ଯ୍ୟନ୍ତ କାର୍‌ ଚଳାଇ ଯାଇଥିଲେ। ପରେ ସେ ମୃତଦେହକୁ କାର୍‌ ଛାତରୁ ଫିଙ୍ଗିଦେଇଥିଲେ। ପୋଲିସ ସୂଚନା ମୁତାବକ, ଏ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀ ପୋଲିସକୁ ଖବର ଦେଇଥିଲେ। ସିସିଟିଭି ଫୁଟେଜ ଯାଞ୍ଚ ପରେ ଅଭିଯୁକ୍ତ କାର୍‌ ଚାଳକଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ନିର୍ମଳ ସିଂ, ଘର ଫତେହଗଢ଼ ସାହିବ ଜିଲାରେ। ସେହିପରି ମୃତକ ହେଉଛନ୍ତି ଏରୋ ସିଟି ଏରିଆର ଯୋଗେନ୍ଦ୍ର ମଣ୍ଡଳ।

ତେବେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୨୭୯, ୪୨୭, ୩୦୪ ଏବଂ ୨୦୧ ଅଧୀନରେ ମାମଲା ରୁଜୁ କରାଯାଇଛି। ପୋଲିସର କହିବା ଅନୁଯାୟୀ, ଧକ୍କା ଦେବା ପରେ ଅଭିଯୁକ୍ତ ୧୩ଟି ରୋଡ୍‌ କ୍ରସିଙ୍ଗ୍‌ ପାର୍‌ କରି ଯାଇଥିଲେ ମଧ୍ୟ କେହି ଜଣେ ବି କାର୍‌ ଛାତ ଉପରେ ପଡ଼ିଥିବା ମୃତଦେହକୁ ଦେଖିପାରି ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.