କଟକ: ରସିକିଆ କଳା ମାଷ୍ଟରଙ୍କ ରାସଲୀଳା, ବିବାହ କରିଥିଲେ ୪ ଜଣ ଯୁବତୀଙ୍କୁ

କଟକ(କେନ୍ୟୁଜ୍): ସ୍କୁଲର କଳା  ଶିକ୍ଷକଙ୍କ  ରଙ୍ଗିନ ମିଜାଜ୍ । ନିଜ କାମନାକୁ ଚରିତାର୍ଥ କରିବାକୁ ଯାଇ ୪ ଜଣକୁ ବିବାହ କରିଥିଲେ ଆର୍ଟ୍ସ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ । ଏଭଳି ଅଭିଯୋଗ ଆସିଛି  କଟକ ଜିଲ୍ଲା ସାଲେପୁରରୁ । ସଂପୃକ୍ତ  ଶିକ୍ଷକ ସାଲେପୁର ଗୋପିନାଥପୁର ମଡେଲ ହାଇସ୍କୁଲରେ କଳା ବିଷୟରେ ଶିକ୍ଷକତା କରୁଛନ୍ତି। ଅଭିଯୋଗ ମୁତାବକ ୨୦୦୧ ମସିହାରେ କୃଷ୍ଣଚନ୍ଦ୍ର ସାଲେପୁର ରାଉସପାଟଣାରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । କିନ୍ତୁ  ୨୦୦୮ରେ ଆଉ ଜଣେ ଯୁବତୀଙ୍କୁ  ଲୁଚିକି ବିବାହ କରିବା ପରେ ପୂର୍ବରୁ ବିବାହ କରିଥିବା ଯୁବତୀଙ୍କ ଠାରୁ ଦୂରେଇ ରହିଲେ।

ପରେ ୨୦୧୬ ମସିହାରେ ଗୋବିନ୍ଦପୁରର ଜଣେ  ଯୁବତୀଙ୍କୁ ବିବାହା କରିଥିଲେ। କିନ୍ତୁ ୨୦୧୮ ମସିହା ଠାରୁ ସେହି ଯୁବତୀଙ୍କ ସହ କୌଣସି ସମ୍ପର୍କ ନରଖି ଅଲଗା ରହୁଥିଲେ । ଆଉ ଏବେ ଲକଡାଉନ ସମୟରେ ଆଉ ଜଣକୁ ବାବାହ କରିଥିବା ନେଇ ତୃତୀୟ ଓ ପ୍ରଥମ ସ୍ତ୍ରୀ ଜାଣିବାକୁ ପାଇଥିଲେ। ପରେ ଏହି  ଘଟଣାକୁ ନେଇ ଉଭୟ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଅଭିଯୋଗ ପାଇବା ପରେ ସଂପୃକ୍ତ  ଶିକ୍ଷକଙ୍କୁ ଉଠାଇ ଆଣି  ଜେରା କରୁଛି। କିନ୍ତୁ ଏଯାବତ ଦ୍ବିତୀୟ ସ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.