WhatsAppରେ ନିଜ ସହ ବି କରିପାରିବେ ଚାଟ୍‌, କେମିତି କରିବେ ଜାଣନ୍ତୁ ତରିକା

ଅନେକ ଥର ଆମେ କିଛି ଜିନିଷକୁ ମନେ ରଖିବା ପାଇଁ ତାକୁ କେଉଁଠାରେ ଲେଖିକି ରଖିଥାନ୍ତି। କିନ୍ତୁ ଠିକ ଆବଶ୍ୟକ ପଡିଳେ ଆମେ ଭୁଲିଯାନ୍ତି ଯେ ତାକୁ କେଉଁଠାରେ ଲେଖିଛନ୍ତି। ଏମିତିରେ ହ୍ଵାଟସଅପ୍ ଆପଣଙ୍କୁ ସାହାଯ୍ୟ କରିବ। ହ୍ଵାଟସଅପ୍ ଆପଣଙ୍କୁ ନିଜର ଜରୁରୀ କଥା ପଠାଇବ, ଯାହାକୁ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ରଖିପାରିବେ। ଏହାଛଡା ଆପଣ ଏହା ଜରିଆରେ ଆପଣଙ୍କ ଖର୍ଚ୍ଚକୁ ସେଭ୍ କରି ରଖିପାରିବେ। ଖାଲି ଏତିକି ନୁହେଁ ଏହି ଚାଟ୍ ଜରିଆରେ ମଧ୍ୟ ଆପଣ ନିଜର ଜରୁରୀ ଫଟୋ, ଫାଇଲ ଏବଂ ଭିଡିଓକୁ ସେଭ୍ କରି ରଖିପାରିବେ।

ଏମିତି କରିବା ଦ୍ୱାରା ଆପଣଙ୍କ ଅନେକ ଜିନିଷ ସହଜ ହୋଇଯିବ। ତେବେ ଆସନ୍ତୁ ଜାଣିବା କେମିତି ହ୍ଵାଟସଅପରେ ନିଜକୁ ନିଜେ କରିବେ ଚାଟ୍‌।ଏହି ସୁବିଧା ହ୍ଵାଟସଆପର ପ୍ରତିଦ୍ୱନ୍ଦୀ ଆପ୍ ସିଗ୍ନାଲ ଏବଂ ଟେଲିଗ୍ରାମରେ ପୂର୍ବରୁ ହିଁ ଉପଲବ୍ଧ ରହିଛି। ଆମେ ଆପଣଙ୍କୁ ହ୍ଵାଟସଆପରେ ଏହି ସୁବିଧାକୁ କେମିତି ୟୁଜ୍ କରିବେ ତାହା ଜଣାଇବୁ। ଏଥିପାଇଁ ଆପଣଙ୍କୁ କିଛି ସହଜ ଟିପ୍ସକୁ ଫଲୋ କରିବାକୁ ହେବ।

ହ୍ଵାଟସଆପରେ ନିଜକୁ ମେସେଜ କରିବାର ଦୁଇଟି ତରିକା

ପ୍ରଥମ ତରିକା ହେଉଛି

ଆପଣ କୌଣସି କଣ୍ଟାକ୍ଟ ସହିତ ଏକ ଗୃପ ବନାନ୍ତୁ ଏବଂ ଗୃପ୍ ହେବା ପରେ ସେହି କଣ୍ଟାକ୍ଟ ସବୁକୁ ହଟାଇ ଦିଅନ୍ତୁ। ଏହାପରେ ଗୃପରେ କେବଳ ଆପଣ ରହିବେ। ଏବେ ଆପଣ ଏହି ଗୃପର ବ୍ୟବହାର ନିଜ ସହିତ କରିବାକୁ କରିପାରିବେ। କିମ୍ବା ଜରୁରୀ କଥାକୁ ମନେ ରଖିବା ପାଇଁ କରିପାରିବେ।

ଦ୍ୱିତୀୟ ତରିକା ହେଉଛି

  • ନିଜ ମୋବାଇଲ୍ ଫୋନରେ କ୍ରୋମ୍ କିମ୍ବା ଫୋନରେ ଥିବା କୌଣସି ବ୍ରାଉଜର ଖୋଲନ୍ତୁ।
  • ଏବେ ଆଡ୍ରେସରେ wa.me// ଲେଖନ୍ତୁ, ଯାହାପରେ ଆପଣ କଣ୍ଟଅି କୋଡ ଏବଂ ୧୦ ଡିଜିଟ୍ ଫୋନ୍ ନମ୍ବର ଦିଅନ୍ତୁ। (wa.me//9198******64)
  • ଉଦାହରଣ ସ୍ୱରୁପ ଯଦି ଆପଣ ଭାରତରେ ରହୁଥିବେ ତେବେ ଆପଣଙ୍କୁ ୯୧ ଲଗାଇବାକୁ ହେବ ଏବଂ ଏହାପରେ ନିଜ ମୋବାଇଲ୍ ନମ୍ବର ଦିଅନ୍ତୁ।
  • ପୂରା ଆଡ୍ରେସ୍ ଦେଇ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କ ସାମ୍ନାରେ ହ୍ଵାଟସଆପର ଏକ ଓ୍ଵିଣ୍ଡୋ ଖୋଲିଯିବ।
  • ଏଠାରେ ‘CONTINUE TO CHAT’ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପଣଙ୍କ ହ୍ଵାଟସଅପ୍ ଆପରେ ଆପଣଙ୍କ ମୋବାଇଲ ନମ୍ବରର ଚାଟ୍ ଓ୍ଵିଣ୍ଡୋ ଖୋଲିଯିବ।
  • ଏବେ ଆପଣ ଏହି ଚାଟର ୟୁଜ ସେତେବେଳେ କରିପାରିବେ ଯେତେବେଳେ କିଛି ଜରୁରୀ ନୋଟ୍ସ କିମ୍ବା ମଲ୍ଟିମିଡିଆ ଫାଇଲ୍ ସେଭ୍ କରିବା ପାଇଁ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.