Below header

ଆତ୍ମହତ୍ୟା କଲେ KGF ଷ୍ଟାର ୟଶଙ୍କ ଫ୍ୟାନ୍‌, ଅଭିନେତାଙ୍କୁ ଲାଗିଲା ବଡ ଝଟକା

ସାଉଥ୍ ଫିଲ୍ମର ବେତାଜ୍ ବାଦଶାହ ୟଶଙ୍କୁ କିଏ ବା ନଜାଣିଛି। ସେ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ତାଙ୍କର ଜଣେ ଫ୍ୟାନ୍ ତାଙ୍କୁ ଏଥର ନିରାଶ କରିଦେଇଛନ୍ତି। ତେବେ ତାପୂର୍ବରୁ କହିରଖିବାକୁ ଚାହିଁବୁ ଯେ ସେଲିବ୍ରିଟିମାନଙ୍କ ପ୍ରତି ଫ୍ୟାନଙ୍କ ଭଲ ପାଇବା ଦେଖିବାକୁ ମିଳେ। କିନ୍ତୁ ଭଲ ପାଇବା ବେଳେ ବେଳେ ପାଗଳାମୀରେ ପରିଣତ ହୋଇଥାଏ। ଏମିତି ଏକ ପାଗଣପଣ ଏବେ ସାମ୍ନାକୁ ଆସିଛି।

ଜଣେ ୨୫ ବର୍ଷୀୟ ଯୁବକ ରାମକ୍ରିଷ୍ଣା ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ପରେ ନିଜର ପ୍ରିୟ ସେଲିବ୍ରିଟିଙ୍କ ପାଇଁ ସୁଇସାଇଡ୍ ନୋଟ୍‌ରେ ଶେଷ ଇଚ୍ଛା ଲେଖିଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ରାମକ୍ରିଷ୍ଣା ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍ ନୋଟ୍‌ରେ ନିଜର ଶେଷ ଇଚ୍ଛା ଲେଖିଛନ୍ତି। କନ୍ନଡ ଭାଷାରେସେ ଲେଖିଛନ୍ତି, ମୋର ଶେଷ ଇଚ୍ଛା ଅଛି ଯେ ମୋର ଅନ୍ତିମ ସଂସ୍କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା ଏବଂ ଅଭିନେତା ୟଶ୍ ସାମିଲ ହୁଅନ୍ତୁ।

ତେବେ ୟଶଙ୍କର ଏହି ଜବରା ଫ୍ୟାନ୍ ରହୁଥିଲେ କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ। କେବଳ ୟଶ ନୁହେଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟାଙ୍କର ମଧ୍ୟ ଫ୍ୟାନ୍ ଥିଲେ। ତେବେ ଏଇ ଦୁଃଖଦ ଖବର ଜଣାପଡ଼ିବା ପରେ ସିଦ୍ଧରମାୟା ଏବଂ ୟଶ ଟ୍ବିଟ୍ କରି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.