Below header

ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଧାନ ସଂଗ୍ରହ ପ୍ରକ୍ରିୟା ସଂପୂର୍ଣ୍ଣ ଅଟୋମେଟେଡ୍ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ୟୁଜ୍(କେନ୍ୟୁଜ୍):  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଧାନ ସଂଗ୍ରହ ପ୍ରକ୍ରିୟା ସଂପୂର୍ଣ୍ଣ ଅଟୋମେଟେଡ୍‌। ୨୦୧୯-୨୦ରେ ଖରିଫ ଧାନ ସଂଗ୍ରହ ସମୟରୁ ନୂଆ ପଦ୍ଧତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଧାନ ସଂଗ୍ରହ କେନ୍ଦ୍ରକୁ ଧାନ ବିକ୍ରି କରିବାକୁ ଆସୁଥିବା ଚାଷୀଙ୍କୁ ଆଧାର ଆଧାରିତ ବାୟୋଅଥଣ୍ଟିକେସନ ଦେବାକୁ ପଡୁଛି। ଧାନ ବିକ୍ରିର ୨୪-୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟଙ୍କୁ ଯେପରି ଏମ୍‌ଏସ୍‌ପି ଅର୍ଥ ପହଞ୍ଚିବ ତାହା ସୁନିଶ୍ଚିତ କରୁଛନ୍ତି ରାଜ୍ୟ ସରକାର। ଗତ ବର୍ଷ କେନ୍ଦ୍ର ଖାଦ୍ୟ ସଚିବ ଓଡ଼ିଶା ଆସିଛି ରାଜ୍ୟର ପି-ପାସ ବ୍ୟବସ୍ଥାକୁ ପ୍ରଂଶସା କରିଥିଲେ।

ଏପରି ବ୍ୟବସ୍ଥା ଅନ୍ୟ ରାଜ୍ୟ ମଧ୍ୟ ଆପଣାଇବା ଦରକାର ବୋଲି ସେ ଗୁରୁତ୍ୱ ଦେଇଥିଲେ ।  ଏହି ସୂଚନା ଟ୍ଵିଟ୍ କରି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଟ୍ୟାଗ୍ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ନିକଟରେ ପୀୟୂଷ ଗୋୟଲ କହିଥିଲେ, ଚାଷୀଙ୍କ ଫସଲ ସଂଗ୍ରହ ବେଳେ ମଧ୍ୟସ୍ଥି ହଟାଇବା ସହ ପ୍ରକ୍ରିୟାରେ ପାରଦର୍ଶିତା ଆଣିବାକୁ ବାୟୋମେଟ୍ରିକ ଅଥଣ୍ଟିକେସନ ବ୍ୟବହାର ପାଇଁ ସବୁ ରାଜ୍ୟକୁ କୁହାଯାଉଛି। ଏହି ବ୍ୟବସ୍ଥା ଉତ୍ତରପ୍ରଦେଶରେ ଆରମ୍ଭ ହୋଇ ସାରିଛି। ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଡ଼ ଓ ଓଡ଼ିଶାରେ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ର ଖାଦ୍ୟମନ୍ତ୍ରୀ ପୀୟୂଷ ଗୋୟଲ। ଏହାର ଉତ୍ତରରେ ରଣେନ୍ଦ୍ର ପ୍ରତାପ କହିଛନ୍ତି, ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଧାନ ସଂଗ୍ରହ ପ୍ରକ୍ରିୟା ସଂପୂର୍ଣ୍ଣ ଅଟୋମେଟେଡ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.