ଆଧାରକାର୍ଡରେ ଦେଇଥିବା ନମ୍ବରକୁ ଭୁଲିଯାଇଛନ୍ତି କି? ତେବେ ନୂଆ ନମ୍ବର କେମିତି ଲିଙ୍କ୍ କରିବେ ଜାଣନ୍ତୁ

ଆଧାରକାର୍ଡ ବର୍ତ୍ତମାନ ଯୁଗରେ ବହୁତ ଜରୁରୀ ଡକ୍ୟୁମେଣ୍ଟ ହୋଇଗଲାଣି। ଦେଶର ଅନେକ ସରକାରୀ ସ୍କିମର ସୁବିଧା ପାଇବା ପାଇଁ ଏବଂ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ରହିବା ନିହାତି ଜରୁରୀ। ଆଉ ଏହି ଆଧାର ଆପଣଙ୍କ ମୋବାଇଲ ନମ୍ବର ସହିତ ଲିଙ୍କ ହୋଇଥିବା ଆବଶ୍ୟକ।

ଏହାବ୍ୟତୀତ ଯେତେବେଳେ ବି ଆପଣ ଆଧାର ନମ୍ବର ସାହାଯ୍ୟରେ କୌଣସି କାମ କରିବାକୁ ଚାହିଁବେ, ସେତେବେଳେ ଭେରିଫିକେସନ୍ ପାଇଁ ଏକ ଓଟିପି ଆସିବ। ଆଉ ଏହି ଓଟିପି ଆପଣଙ୍କ ରେଜିଷ୍ଟର୍ଡମୋବାଇଲ ନମ୍ବର କିମ୍ବା ଇମେଲ ଆଇଡିକୁ ଆସିଥାଏ।

ଯଦି ଆପଣଙ୍କ ମୋବାଇଲ୍ ନମ୍ବର ବଦଳିଯାଇଛି, ତାହେଲେ ଆଧାର ଭେଲିଡେଟ କରିବା ପାଇଁ ଆସୁଥିବା ଓଟିପି ଆପଣଙ୍କ ପୁରୁଣା ନମ୍ବରକୁ ହିଁ ଆସିବ। ଏମିତିରେ ଯଦି ଆପଣ ଓଟିପି ଭେରିଫିକେସନ୍ ସହିତ କୌଣସି ପ୍ରକ୍ରୀୟା ପୂରା କରିବାକୁ ଚାହୁଁଛନ୍ତି ତେବେ ଆପଣ ଓଟିପି ପାଇପାରିବେନାହିଁ। ଏହାଛଡା ଯଦି ଆପଣ mAadhaar ଆପ୍ ବ୍ୟବହାର କରିବାକୁ ଚାହୁଁଛନ୍ତି, ତାହେଲେ ମଧ୍ୟ ଆପଣଙ୍କୁ ଏଥିପାଇଁ ମୋବାଇଲ ନମ୍ବର ସହ ଆଧାର ଲିଙ୍କ ହୋଇଥିବା ବାଧ୍ୟତାମୂଳକ।

ଆଧାରରେ ଏମିତି କରନ୍ତୁ ନୂଆ ନମ୍ବର ଅପଡେଟ୍‌

  • ପ୍ରଥମେ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯାଆନ୍ତୁ।
  • ଏବେ ଏଠାରୁ ଫୋନ ନମ୍ବର ଲିଙ୍କ୍ କରିବାର ଏକ ଫର୍ମ ନିଅନ୍ତୁ। ଏହି ଫର୍ମକୁ ଆଧାର କରେକସନ୍ ଫର୍ମ କୁହାଯାଏ।
  • ଏହି ଫର୍ମକୁ ସଠିକ୍ ବିବରଣୀ ଦେଇ ଭରନ୍ତୁ।
  • ଏବେ ପୂରଣ କରିଥିବା ଫର୍ମକୁ ୨୫ ଟଙ୍କା ଫିସ ସହିତ ସେଠାରେ ଥିବା ଅଧିକାରୀଙ୍କ ପାଖରେ ଜମା କରନ୍ତୁ।
  • ଫର୍ମ ଜମା କରିବା ପରେ ଆପଣଙ୍କୁ ଅପଡେଟ୍ ରିକ୍ୱେଷ୍ଟ ନମ୍ବର ଦେବାକୁ ହେବ।
  • ଏହି ରିକ୍ୱେଷ୍ଟ ନମ୍ବରରେ ଆପଣ ଏହା ଯାଞ୍ଚ କରିପାରିବେ ଯେ ନୂଆ ଫୋନ ନମ୍ବର ଆପଣଙ୍କ ଆଧାର ସହିତ ଲିଙ୍କ ହୋଇଛି ନା ନାହିଁ।
  • ତିନି ମାସରେ ଆପଣଙ୍କ ଆଧାର ନୂଆ ମୋବାଇଲ ନମ୍ବର ସହିତ ଲିଙ୍କ କରିଦିଆଯିବ।
  • ଯେତେବେଳେ ଆପଣଙ୍କ ଓଟିପି ନୂଆ ମୋବାଇଲ ସହିତ ଲିଙ୍କ ହୋଇଯିବ ସେତେବେଳେ ସେହି ନମ୍ବରକୁ ଏକ ଓଟିପି ଆସିବ।
  • ସେହି ଓଟିପିକୁ ବ୍ୟବହାର କରି ଆପଣ ଅନଲାଇନ ନିଜର ଆଧାର କାର୍ଡକୁ ଡାଉନଲୋଡ କରିପାରିବେ।
  • ଆପଣ ଆଧାର ସହିତ ନୂଆ ମୋବାଇଲ ନମ୍ବର ଲିଙ୍କ କରିବାର ଷ୍ଟାଟସ UIDAIର ଟ୍ରୋଲ ଫ୍ରି ନମ୍ବର ୧୯୪୭ କୁ କଲ୍ କରି ଜାଣିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.