Below header

୭ ବର୍ଷରେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି ୟୁଟ୍ୟୁବ୍ ଗାର୍ଲ

ବେଙ୍ଗାଲୁରୁ (କେନ୍ୟୁଜ) : ବୟସ ମାତ୍ର ୭ ବର୍ଷ। କିନ୍ତୁ ଦେଶ ବିଦେଶରେ ଖୁବ୍ ପରିଚିତ ହୋଇପାରିଛନ୍ତି ଓଡିଆ କୁନି ଝିଅ। ନିଜର ବୁଦ୍ଧି ବଳରେ ଏବଂ ନିଜ ଟ୍ୟାଲେଣ୍ଟ ବଳରେ ଏତେ କମ୍ ବୟସରେ ସୃଷ୍ଟି କରିଛନ୍ତି ନିଜୟ ପରିଚୟ। ବଲାଙ୍ଗୀର ଜିଲା ତାଳପଲିପଡା ଗ୍ରାମର ଆଶୁତୋଷ ଦାଶ ଓ ଇନ୍ଦିରା ମିଶ୍ରଙ୍କ ଝିଅ ଅନେ୍‌ୱଶା ଦାଶ କିନ୍ତୁ ସମସ୍ତେ ତାଙ୍କୁ ପରି ନାଁରେ ଜାଣନ୍ତି। ବେଙ୍ଗାଳୁରୁରେ ନିଜ ବାପା ମାଙ୍କ ସହ ରହୁଛନ୍ତି । ବାପା ଜଣେ ଇଂଜିନିୟର ଓ ମା ହେଉଛନ୍ତି ଗୃହିଣୀ ।

pari3ପରି ନିଜର ଏକ ୟୁଟ୍ୟୁବ ଚ୍ୟାନେଲ୍ ମାଧ୍ୟମରେ ନିଜର ପ୍ରତିଭାକୁ ଏମିତି ଭାବରେ ପରିପ୍ରକାଶ କରୁଛନ୍ତି, ଯାହାକୁ ସବୁ ପିଲା ହୁଏତ ଏମିତି ଅନ୍ଦାଜରେ ପରିବେଷଶ କରିପାରିବେନି। ଶିକ୍ଷା, ଖେଳ, ରୋଷେଇ ଭିଡିଓ ଦର୍ଶକଙ୍କ ମନକୁ ବେଶ ଆକର୍ଷଣ କରିପାରିଛି । କରୋନା ସମୟରେ ଯେତେବେଳେ ସବୁ ଘରେ ଥିଲେ ନିଜ ବୁଦ୍ଧି ପ୍ରୟୋଗ କରି ଏକ ୟୁଟ୍ୟୁବ ଚେନାଲ କରିଥିଲେ । ଖୁବ କମ ସମୟ ଭିତରେ ନିଜଚ୍ୟାନେଲର ପ୍ରାୟ ୨ ଲକ୍ଷ ସବସ୍କ୍ରଇବର କରିବାରେ ସକ୍ଷମ ହୋଇ ୟୁଟ୍ୟୁବରୁ ସିଲଭର ହାସଲ କରିପାରିଛନ୍ତି । ଏଥି ସହିତ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି ।

pariiପ୍ରତି ଭିଡିଓ କୁ ମିଲିୟନ ମିଲିୟନ ଦର୍ଶକ ଦେଖିଥିବା ବେଳେ ମାସକୁ ଦେଢ଼ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ମଧ୍ୟ ରୋଜଗାର କରିବା ସହ ୩ ଜଣଙ୍କୁ ରୋଜଗାର କରାଇବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍ ଖରବକ୍ସଦ୍ଭ ଡସଗ୍ଧଷ ଚବକ୍ସସ ଭାରତ ସମେତ ଅନ୍ୟଦେଶ ଯେମିତିକି ପାକିସ୍ତାନ,ୟୁକେ, ୟୁଏସରେ ବେଶ ସୁନାମ ଅର୍ଜନ କରିପାରିଛି । ତାଙ୍କର “ହାଇଗୋ ଯଶୋଦା ରାଣୀ ” ଓ ରୋଷେଇ ଭିଡିଓ ବେଶ ପ୍ରଶଂସା ଲାଭ କରିଛି । ଘରେ ପେଟି ମାଧ୍ୟମରେ ଏକ କ୍ୟୁଟ୍ ଏବଂ ସୁନ୍ଦର ରୋଷେଇ ଶାଳା ସମସ୍ତଙ୍କୁ ଆକର୍ଷଣ କରିପାରିଛି । ଏହି କାର‌୍ୟ୍ୟରେ ତାଙ୍କ ବାପା ମା ତାଙ୍କୁ ସହଯୋଗ କରନ୍ତି ବୋଲି କହିଛନ୍ତି ପରି । ସେହିପରି ଝିଅର ଏପରି ସଫଳତା ପରେ ବେଶ ଗର୍ବ ଅନୁଭବ କରିଛନ୍ତି ବୋଲି କହିଛନ୍ତି ବାପା ଓ ମା । ଆମେ ତ କହିବୁ ପରୀଙ୍କୁ ଦେଖି ସବୁ ଛୋଟ ଛୋଟ ପିଲାମାନେ ମଧ୍ୟ ନିଜର ପ୍ରତିଭାକୁ ଏମିତି ଦେଖାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.