Below header

ନୂଆପଡ଼ା: ମଣ୍ଡିରେ ଟୋକନ ଲାପ୍ସ ହୋଇଯିବାରୁ ବିଷ ପିଇଲେ ଚାଷୀ

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଧୀଙ୍ଗିଆ ମୁଣ୍ଡା ଗାଁର ରୋମାଞ୍ଚନ ଦଣ୍ଡସେନା ନାମକ ଜଣେ ଚାଷୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମଣ୍ଡିରେ ଧାନ ବିକ୍ରିକରି ନପାରି ହତାଶ ହେବାପରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ଏକ ମାସ ତଳେ ଚାଷୀ ରୋମାଞ୍ଚନ ଟୋକନ ପାଇ କେନ୍ଦୁମୁଣ୍ଡା ମଣ୍ଡିରେ ୮୪ ବସ୍ତା ଧାନ ବିକ୍ରି ପାଇଁ ଆଣିଥିଲା । ହେଲେ ମଣ୍ଡିରେ ଧାନ ବିକ୍ରି ନହୋଇ ଟୋକନ ଲ୍ୟାପସ ହୋଇଯିବା ପରେ ହତାଶ ହୋଇ କୀଟନାଶକ ଔଷଧ ପିଇ ଦେଇଥିଲେ ।

ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସିନାପାଲି  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ। ପରେ ତାଙ୍କ ସ୍ୱାସ୍ଥ୍ୟ ଅସ୍ଥା ଗୁରୁତର ହେବାରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.