Below header

ନାଇଟ କର୍ଫ୍ୟୁରେ ଚୋରି କରୁଥିବା ବେଳେ ଦୋକାନ ମାଲିକଙ୍କ ହାତରେ ଧରାପଡ଼ିଲେ ୩ ଚୋର, ଖାଇଲେ ନିର୍ଧୁମ ମାଡ଼

କେନ୍ୟୁଜ୍(ବ୍ୟୁରୋ):  ଚୋରକୁ ନିର୍ଧୁମ ମାଡ଼। ନାଇଟ କର୍ଫ୍ୟୁରେ ଚୋରି କରୁଥିବା ବେଳେ ଦୋକାନ ମାଲିକଙ୍କ ହାତରେ ଧରାପଡ଼ିଲେ ୩ ଚୋର। ଦୋକାନ ମାଲିକଙ୍କ ନିସ୍ତୁକ ମାଡ଼ରେ ଛାଟିପିଟି ହୋଇ ପଳାଇଛନ୍ତି ଚୋର । ଏହାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗତ ରାତିରେ ତିନି ଜଣ ଚୋର ଗୋଟିଏ ବାଇକରେ ଆସି ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟ ଏକ ଦୋକାନର ତାଲା ଭାଙ୍ଗିଥିଲେ। ଦୋକାନ ଭିତରୁ ଚୋରି କରି ବାହାରକୁ ଆସିବା ବେଳକୁ ଜଗି ବସିଥିଲେ ମାଲିକ ।

chiora1

ଏହା ପରେ ତିନି ଜଣଙ୍କୁ ଲୁହା ରଡରେ ନିସ୍ତୁକ ପିଟିଥିଲେ। ମାଲିକଙ୍କ ମାଡ଼ରେ ଚୋର ବାଇକ୍‌ ଛାଡି ଫେରାର ହୋଇଯାଇଥିଲେ। ଘଟଣା ପରେ ପିସିଆରକୁ ଫୋନ କରି ଅଭିଯୋଗ କରିଥିଲେ ଦୋକାନୀ ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.