Below header

ଋଣରୁ ମୁକ୍ତି ପାଇବା ପାଇଁ ନିଜେ ନିଜକୁ କଲେ ଅପହରଣ, ଘରକୁ ଫୋନ୍‌ କରି କହିଲେ…୩ ଲକ୍ଷ ଟଙ୍କା ଦିଅ ନଚେତ୍‌…..

(କେନ୍ୟୁଜ): ଅପହରଣ ନାଟକର ପର୍ଦ୍ଦାଫାସ। ଯିଏ ଅପହୃତ ସିଏ ଅପହରଣକାରୀ । ଋଣ କବଳରୁ ମୁକ୍ତି ପାଇବା ପାଇଁ କୌଣସି ଉପାୟ ନପାଇ ଜାନୁଆରୀ ୩୧ ତାରିଖରେ ଅପହରଣ ନାଟକ କରିଥିଲେ ସମ୍ବଲପୁର ନାକଟିଦେଉଳ ଥାନା ସାହେବୀ ଗାଁର ସତ୍ୟନାରାୟଣ ସାହୁ । ସତ୍ୟନାରାୟଣ ପେସାରେ ଜଣେ ବ୍ୟବସାୟୀ। ନିଜେ ଗୋଟିଏ କୁକୁଡ଼ା ଫାର୍ମ କରିଥିଲା। ଏଥିପାଇଁ ସେ ବହୁ ଧାର ଉଧାର କରିଥିଲେ। ଠିକ୍‌ରେ ବ୍ୟବସାୟ ହେଉନଥିବାରୁ ଋଣରେ ବୁଡ଼ି ଯାଇଥିଲେ। ଏହାପରେ ମୁକୁଳିବା ପାଇଁ ନିଜେ ନିଜକୁ ଅପହରଣ କରିଥିଲେ।

ସତ୍ୟନାରାୟଣ ପ୍ରଥମ ଘରୁ ପଳାଇ ଯାଇଥିଲେ। ପରେ ପରିବାର ଲୋକଙ୍କୁ ବିଭିନ୍ନ ଫୋନ୍‌ ନମ୍ବରରୁ ଫୋନ୍‌ କରି ଅପହରଣ ନାଟକ ରଚିଥିଲେ। ଆଉ ମୁକୁଳିବା ପାଇଁ ୩ ଲକ୍ଷ ଟଙ୍କା ମାଗିଥିଲେ। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଫୋନ୍‌ କଲ୍‌କୁ ଟ୍ରାକ କରିଥିଲ। ତାପରେ ଖୋଜି ଖୋଜି ଭୁନେଶ୍ୱରରେ ସତ୍ୟନାରାୟଣଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ପଚରାଉଚରା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ମାମଲା ରୁଜୁ କରି ସତ୍ୟନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.