Below header

ଏକତରଫା ପ୍ରେମରେ ବିଫଳ ପରେ ଯୁବକର ଉନ୍ମତ୍ତକାଣ୍ଡ, ଝିଅର ଘରେ ପଶି ନିଆଁ ଲଗାଇ ଦେବାକୁ ଦେଲା ଧମକ

ଭଦ୍ରକ (କେନ୍ୟୁଜ): ପଦାରେ ପଡିଲା ବିଫଳ ପ୍ରେମିକର ବିଶୃଙ୍ଖଳିତ ଆଚରଣ । ପ୍ରେମରେ ସଫଳ ନହେବାରୁ ବାଡି ପଟେ ଆସି ଘରେ ପଶିବାକୁ ଉଦ୍ୟମ କଲା ଆଉ ଧରା ପଡିବା ସମୟରେ ସୁଯୋଗ ନମିଳିବାରୁ ମାରଣାସ୍ତ୍ର ଧରି ଧମକାଇବା ସହିତ ପେଟ୍ରୋଲ ଢାଳି ଘର ଜାଳି ଦେବାକୁ ଧମକ ଦେଲା । ଶେଷରେ ଗ୍ରାମବାସୀ ଉକ୍ତ ଯୁବକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଅମୃତପୁର ନୂଆସାହି ଗାେଁର ।

ସୂଚନା ଅନୁସାରେ ଅନ୍ଧାର ରାତିରେ ଜନୈକ ଅଜଣା ଯୁବକ ଏହି ଗାଁର ଦଶରଥ ମଳିକଙ୍କ ଘର ବାଡିପଟେ ପଶିବାକୁ ଉଦ୍ୟମ କରିଥିଲା । ଦଶରଥଙ୍କ ସ୍ତ୍ରୀ ଦେଖିବା ପରେ ଡାକହୁଡି ପକାଇଥିଲେ । ସେହି ସମୟରେ ଗ୍ରାମବାସୀ ଦୌଡି ଆସିବାରୁ ଯୁବକ ଜଣକ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରିବା ସହିତ ପେଟ୍ରୋଲ ଢାଳି ଘରେ ନିଆଁ ଲେଗଇ ଦେବ ବୋଲି ଧମକ ଦେଇଥିଲା । କୌଶଳ କ୍ରମେ ଗ୍ରାମବାସୀ ତାକୁ କାବୁ କରି ହାତକୁ ବାନ୍ଧି ରାତିରେ ପୋଲିସ ଜିମା ଦେଲେ । ଯୁବକ ଜଣକ ତୁଷାର ବଳ ଓ ତାଙ୍କ ଘର ଗଦି ସାମନ୍ତରାୟପୁର ବୋଲି କହିଛନ୍ତି ।

ଯେଉଁ ଘର ବାଡି ପଟେ ଧରା ହେଲେ ସେହି ଘରୁ ଜଣେ ଝିଅ ତାକୁ ମୋବାଇଲରେ ମେସେଜ୍ କରିଥିବା ସଫେଇ ଦେଇଥିଲା । ଯାହାକୁ ନେଇ ବାଦାନୁବାଦ ଦେଖା ଦେଇଥିଲା । ଯୁବକ ଜଣକ ଏକତରଫା ପ୍ରେମ କରି ସଂପୃକ୍ତ ଝିଅକୁ ହଇରାଣ ହରକତ କରୁଛି ଏପରିକି ପୂର୍ବରୁ ବହୁବାର ଝିଅକୁ ବାଟ ଘାଟରେ ଅଟକାଇ ପ୍ରେମ ନିବେଦନ କରିଥିଲା । ଆଉ ଝିଅ ରାଜି ନହେବାରୁ ସେ ନାନାଦି ଧମକ ଚମକ ଦେଇଆସୁଥିଲା । ଏଥିସହ ପୂବର୍ରୁ ମଧ୍ୟ ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ପୂନଶ୍ଚ ଅନ୍ଧାର ରାତିରେ ବାଡି ପଟେ ଆସି ଘର ଭିତରକୁ ପ୍ରବେଶ କରିବାକୁ ସୁଯୋଗ ଖୋଜୁଥିବା ବେଳେ ଧରା ପଡିଛି । ଝିଅର ବାପା ଦଶରଥ ମଳିକଙ୍କ ଏତଲା କ୍ରମେ ଥାନୋର ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ତୁଷାର ବଳକୁ କୋର୍ଟ ଚାଲାଣ କରିଛି ପୀରହାଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.