Below header

କଟକ: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ,  ଯୁବକଙ୍କୁ ଗଳା କାଟି ହତ୍ୟା କଲେ ମହିଳାଙ୍କ ସ୍ବାମୀ

କଟକ(କେନ୍ୟୁଜ୍): କଟକରେ ଜଘନ୍ୟ ହତ୍ୟାକାଣ୍ଡ। ଗଳା କାଟି ଯୁବକଙ୍କୁ ହତ୍ୟା କଲେ ଜଣେ ମହିଳାଙ୍କ ସ୍ବାମୀ। କଟକ କଲେଜଛକରେ ଘଟିଛି ଏଭଳି ଘଟଣା। ଦୋକାନ ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ମହିଳାଙ୍କ ସ୍ବାମୀ। ପରକୀୟା ପ୍ରୀତିରୁ  ଏଭଳି ହତ୍ୟାକାଣ୍ଡ ଘଟିଥିବା ସୂଚନା ମଳିଛି।

ମୃତ ଯୁବକଙ୍କ ନାମ ସନାତନ ଦାସ ଓ ତାଙ୍କ ଘର ଜଗତସିଂହପୁର ରାହାମାରେ। ସେ ଜଣେ ଶ୍ରମିକ ଶ୍ରେଣୀ ହୋଇଥିବା ସୂଚନା ମିଳିଛି।  ସେହିପରି ମହିଳାଙ୍କ ସ୍ବାମୀଙ୍କ ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇଛନ୍ତି। ଗୁରୁତର  ମହିଳା ଜଣକ ମାଳତୀ ବିଶ୍ୱାଳ ବୋଲି ଜଣାପଡିଛି। ଗୁରୁତର ମହିଳାଙ୍କୁ  ଏସସିବିରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.