ଏହି ୫ଟି ଦେଶକୁ ଆଜି ପର୍ଯ୍ୟନ୍ତ ଛୁଇଁ ପାରିନାହିଁ କରୋନା, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଛି । ଏଥିପାଇଁ ଅନେକ ଧନ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ଏପରିକି ଅନେକ ବଡ ବଡ ରାଷ୍ଟ୍ର ଅଛି ଏହି ମହାମାରୀ ଆଗରେ ହାରିଯାଇଛନ୍ତି । ଭାରତ ,ଆମେରିକା ,ଇଟାଲୀ ,ବ୍ରାଜିଲ ପରି ରାଷ୍ଟ୍ର ଗୁଡିକ କରୋନା କବଳରୁ ବଞ୍ଚି ପାରିନାହାନ୍ତି । ଏହି ସବୁ ରାଷ୍ଟ୍ର ଗୁଡିକର ଅବସ୍ଥା ଶୋଚନୀୟ ହୋଇଯାଥିବା ବେଳେ ପ୍ରବଳ କ୍ଷତି ଗ୍ରସ୍ଥ ମଧ୍ୟ ହୋଇଛି । ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ୱରେ ଏପରି କିଛି ରାଷ୍ଟ୍ର ଅଛନ୍ତି ଯେଉଁ ଦେଶକୁ ଆଜି ପର୍ଯ୍ୟନ୍ତ କରୋନା ଛୁଇଁ ପାରିନାହିଁ କି ସେଠାରେ ଥିବା କୌଣସି ବ୍ୟକ୍ତି ଏହି ମହାମାରୀରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିନାହାନ୍ତି ।

ଉତ୍ତର କୋରିଆ

୨୦୨୦ ମସିହା ଜୁଲାଇ ୨୬ରେ ଏଠାରେ ପ୍ରଥମ ମାମଲା ଆସିଥିଲା, ମାତ୍ର ସଂକ୍ରମିତଙ୍କ ଶରୀରରୁ କରୋନା ଭୂତାଣୁ ଠାବ ହୋଇ ନଥିବା ଉତ୍ତର କୋରିଆ ସରକାର ସ୍ପଷ୍ଟ କରିଥିଲେ । ଚୀନରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଉତ୍ତର କୋରିଆ ୨୦୨୦ ମସିହା ଜାନୁଆରୀ ମାସରେ ନିଜର ସମସ୍ତ ସୀମା ସିଲ୍ କରିଦେଇଥିଲା । ଏହା ଛଡା ବାହାରୁ ଆସୁଥିବା ଲୋକ ମାନଙ୍କୁ ମାସେ କିମ୍ବା ଦୁଇ ମାସ ପାଇଁ କ୍ଵାରେଣ୍ଟୀନରେ ରଖାଯାଏ | ମାତ୍ର ଆଜି ପର୍ଯ୍ୟନ୍ତ ଏଠାରୁ ଗୋଟିଏ ହେଲେ କରୋନା ସଂକ୍ରମିତ ବାହାରିନାହି ।

ତୁର୍କମେନିସ୍ତାନ

ପଡ଼ୋଶୀ ଦେଶରେ କରୋନା ସଂକ୍ରମଣ ଜାରି ରହିଥିଲେ ମଧ୍ୟ ତୁର୍କମେନିସ୍ତାନରେ ପଶିପାରିନି କରୋନା । ଅନ୍ୟ ଦେଶରେ ସଂକ୍ରମଣ ଆରମ୍ଭ ହେବା ସମୟରେ ଏହି ଦେଶ ବହୁ ପୂର୍ବରୁ ନିଜର ସମସ୍ତ ବଡ଼ରର ସୀମାକୁ ସିଲ୍ କରିଦେଇଥିଲା । ଆଜି ଯାଏ ଏଠାରୁ ଗୋଟିଏ ହେଲେ ସଂକ୍ରମିତ ଚିହ୍ନଟ ହୋଇନଥିବା ସରକାର ଦାବି କରୁଥିବା ବେଳେ ଅନେକ ଦେଶ ଏହାକୁ ଗ୍ରହଣ କରିବାକୁ ନାରାଜ ।

କିରିବାଟି

୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ କିରିବାଟିରେ ଦେଢ଼ବର୍ଷ ମଧ୍ୟରେ ଗୋଟିଏ ସଂକ୍ରମିତ ଚିହ୍ନଟ ହୋଇନାହିଁ । ଏଠାରେ ସଂକ୍ରମଣ ଆରମ୍ଭରୁ ଲକଡାଉନ ଜାରି ହେବା ସହ ସେଠାରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଦିଆଯାଇଛି । ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଟୋଙ୍ଗା

ଏହି ଦେଶ ବର୍ତ୍ତମାନ କରୋନା ମୁକ୍ତ ଥିବା ଏଠାକାର ସରକାର ଦାବି କରିଛନ୍ତି । ଗତବର୍ଷ ମାର୍ଚ୍ଚ ୨୯ରେ ଦେଶକୁ ଲକଡାଉନ ଘୋଷଣା କରାଯାଇଥିଲା । ଏହି ଦେଶର ସରକାର ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଦେଶରେ ବିଭିନ୍ନ ପ୍ରକାର କୋଭିଡ ନିୟମ ପ୍ରଣୟନ କରିଛନ୍ତି।

ପାଲାଉ

ଗତ ଦେଢ଼ ବର୍ଷ ମଧ୍ୟରେ ଏହି ଦେଶରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ପରେ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହା ପରେ ବର୍ଷକ ମଧ୍ୟରେ ଗୋଟିଏ ହେଲେ ମାମଲା ସାମନାକୁ ଆସିନାହିଁ । ଏହି ଦେଶ କରୋନା ବିପକ୍ଷରେ ଅତ୍ୟନ୍ତ ସତର୍କତାର ସହ ଲଢ଼େଇ କରୁଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.