Below header

ଥାନାରେ ସ୍ତ୍ରୀ କଲା ଅଭିଯୋଗ, ପୋଲିସ୍ ମାଡରେ ସ୍ୱାମୀ ଗୁରୁତର

ଇଏ କି ନ୍ୟାୟ ବ୍ୟବସ୍ଥା । ଏକ ପାଖିଆ କଥା ଶୁଣି ଜଣଙ୍କୁ କଣ କେବେ ଦଣ୍ଡ ଦିଆଯାଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ସ୍ତ୍ରୀର ଅଭିଯୋଗକୁ ଭିତ୍ତି କରି ସ୍ୱାମୀକୁ ପୋଲିସ ମାଡ଼ ମାରି ଗୁରୁତର କରିଥିବା ନେଇ ହୋଇଛି ଅଭିଯୋଗ ।

ବାଙ୍ଗିରିପୋଷି(କେନ୍ୟୁଜ୍): ଇଏ କି ନ୍ୟାୟ ବ୍ୟବସ୍ଥା । ଏକ ପାଖିଆ କଥା ଶୁଣି ଜଣଙ୍କୁ କଣ କେବେ ଦଣ୍ଡ ଦିଆଯାଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ସ୍ତ୍ରୀର ଅଭିଯୋଗକୁ ଭିତ୍ତି କରି ସ୍ୱାମୀକୁ ପୋଲିସ ମାଡ଼ ମାରି ଗୁରୁତର କରିଥିବା ନେଇ ହୋଇଛି ଅଭିଯୋଗ । ଅଆଉ ଯେତେବେଳେ ପୋଲିସ ମାଡ଼ରେ ଯୁବକ ଜଣକ ଗୁରୁତର ହୋଇଯାଇଥିଲେ ସେତେବେଳେ ତାଙ୍କୁ ଘରେ ଛାଡ଼ି ଦେଇ ଥାନାକୁ ପଳେଇ ଆସିଥିଲେ ପୋଲିସ୍ ବାବୁ । ଏବେ ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରଥମେ ଶୀର୍ଷା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଏବେ ବାରିପଦା ପିଆରଏମ ହସପିଟାଲରେ ତାଙ୍କୁ ଭର୍ତ୍ତି କରିଛନ୍ତି ।

ଗୁରୁତର ଯୁବକ ଝାରପୋଖରିଆ ଥାନା ଅନ୍ତର୍ଗତ ଗୋହୋଳମୁଣ୍ଡା ଗାଁର ଜୟୀରାମ ବିନ୍ଧାଣିଙ୍କ ବଡ଼ ପୁଅ ବବୁଲୁ ବିନ୍ଧାଣୀ । ଅଭିଯୋଗ ଅନୁସାରେ ଘରେ ପାରିବାରିକ କଳହ କୁ ନେଇ ସ୍ତ୍ରୀ ବୁଧନୀ ବିନ୍ଧାଣୀ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଗତକାଲି ସନ୍ଧ୍ୟା ସମୟରେ ପୋଲିସ ଯୁବକକୁ ଥାନାକୁ ଆଣିବାକୁ ଗାଁକୁ ଯାଇଥିଲା ।

ତେବେ ଗାଁରେ ପହଞ୍ଚି ବବୁଲୁକୁ ନପାଇ ତାଙ୍କ ଛୁଆକୁ ଗାଡ଼ିରେ ନେଇ ତୋ ବାପା କଉଠି ଅଛି ଦେଖେଇବୁ ଚାଲ ବୋଲି କହି ନେଇଆସିଥିଲେ । ରାସ୍ତାରେ ବବୁଲୁକୁ ପାଇଥିଲା ପୋଲିସ୍ । ଅଭିଯୋଗକୁ ଭିତ୍ତି କରି କୌଣସି ସମାଧାନ କରିବା ବଦଳରେ ମାଡ ମାରି ଲହୁଲୁହାଣ କରି ଘରେ ଛାଡ଼ି ପଳେଇ ଆସିଥିବାନେଇ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣା ବାବଦରେ ଗତକାଲି ପରିବାର ଲୋକେ ବାରିପଦା ସ୍ଥିତ ମୟୂରଭଞ୍ଜ ଆରକ୍ଷି ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେଠାରେ ଅତିରିକ୍ତ ଏସପିଙ୍କୁ ଭେଟି ନିଜର ଦାବି ଜଣାଇବା ସହ ନିଜ ପୁଅ ତଥା ପରିବାର ପ୍ରତି ନ୍ୟାୟ ଭିକ୍ଷା କରିଛନ୍ତି ପରିବାର ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.