Below header

ମୟୁରଭଞ୍ଜର ଯୁବ ଚିତ୍ରଶିଳ୍ପୀ ମାନସ ପତି: ଯିଏ ରଙ୍ଗ ତୁଳୀ ମାଧ୍ୟମରେ ନିଜ ମନକଥା ବଖାଣୀ ସାଉଁଟିବାରେ ଲାଗିଛନ୍ତି ପ୍ରଶଂସା

ମୟୁରଭଞ୍ଜ: ଓଡ଼ିଶାର ସଂସ୍କୃତି ତଥା କଳା କ୍ଷେତ୍ରରେ ବେଶ୍ ସମୃଦ୍ଧ ମୟୁରଭଞ୍ଜ ଜିଲ୍ଲା । ଓଡ଼ିଆ ଚଳଚ୍ଚିତ୍ର ଓ ସଂଙ୍ଗୀତ ଜଗତକୁ ଏହି ମାଟିର କଳାକାର ମାନେ ରୁଦ୍ଧିମନ୍ତ କରିଥିବା ବେଳେ ହରିଶ ଚନ୍ଦ୍ର ସିଂବାବୁ, ପଦ୍ମଭୁଷଣ ଯତୀନ ଦାସ, ଓଡ଼ିଶା ଲଳିତ କଳା ଏକାଡେମୀ ପୂର୍ବତନ ସଭାପତି ଶିବ ପାଣିଗ୍ରାହୀଙ୍କ ସମେତ ରମେଶ ମହାନ୍ତି, ରାମାନୁଜ ଶେଖରଙ୍କ ପରି ଆର୍ନ୍ତଜାତିକ ସ୍ତରର ଚିତ୍ରଶିଳ୍ପୀ ମାନେ ଏହି ମାଟିରେ ଜନ୍ମଗ୍ରହଣ କରିଛନ୍ତି । ପୁଣି ଥରେ ସେହି ମାଟିକୁ ପରିଚିତ କରିବାରେ ଆଗକୁ ଆସିଛନ୍ତି ଯୁବ ଚିତ୍ରଶିଳ୍ପୀ ମାନସ ପତି । ଯାହାଙ୍କ ଚିତ୍ରକାଳା ପୁରସ୍କୃତ ହୋଇଛି ରାଜ୍ୟ ସ୍ତରରେ ।

manas patiସତରେ ଯେମିତି ଶିମିଳିପାଳ ଅଭୟାରଣ୍ୟର ଝରଣା ଝରିପଡୁଛି ଘର କାନ୍ଥରେ ତ ଆଉ କେଉଁଠି ମୟୁରଭଞ୍ଜ ଜିଲ୍ଲାର ଐତିହ୍ୟ ବଖାଣୁଛି । ମହାବାତ୍ୟା ସହ ଲଢେଇ କରି ଥକି ଯାଇଥିବା ଥୁଣ୍ଟା ଗଛଟିଏ ଅଥବା ଆଦିବାସୀ କଳା ସଂସ୍କୃତିର ପରିଚୟ, ପ୍ରତି ଚିତ୍ର ବଖାଣୁଛନ୍ତି ଗୋଟିଏ ପରେ ଗୋଟିଏ କାହାଣୀ । ରଙ୍ଗ ତୁଳୀ ମାଧ୍ୟମରେ ନିଜ ମନକଥା ବଖାଣୀ ପ୍ରସଂଶା ସାଉଁଟିବାରେ ଲାଗିଛନ୍ତି ଯୁବ ଚିତ୍ରଶିଳ୍ପୀ ମାନସ ପତି । ଭିନ୍ନକ୍ଷମ ହୋଇ ମଧ୍ୟ ଜୀବନରେ କେବେ ହାରିବା ଶିଖିନାହାନ୍ତି ମାନସ । ପିଲାଟିବେଳୁ ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ରହିଥିଲା । ଆଉ ବଡ ହେବା ସଙ୍ଗେ ସଙ୍ଗେ ଚିତ୍ରକଳାକୁ ନିଜ ନିଶା ଭାବେ ଗ୍ରହଣ କରି ସଫଳତାର ପହାଚ ଚଢିଚାଲିଛନ୍ତି । ରାଜ୍ୟ ସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାରର ଅଧିକାରୀ ହେଉଥିବାବେଳେ ଆଗକୁ ଦିଲ୍ଲୀଠାରେ ଏକ ପ୍ରଦର୍ଶନୀ କରିବାର ଲକ୍ଷ ରଖିଛନ୍ତି ମାନସ ।

manashଖଲିକୋଟ୍ ଆର୍ଟ କଲେଜରେ ପାଠ ପଢା ଶେଷ କରିବା ପରେ ନିଜ ମାଟିକୁ ଗର୍ବିତ କରିବାକୁ ସେ ଚିରନ୍ତନ ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାର ବର୍ଗ ମଧ୍ୟ ବେଶ୍ ଗର୍ବିତ । ତେବେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ଯେ କଳା ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା ତାହା ପୁଣି ଥରେ ପ୍ରମାଣିତ କରିଛନ୍ତି ଏହି ଯୁବ ଚିତ୍ରଶିଳ୍ପୀ  । ତାଙ୍କର ଭବିଷ୍ୟତ ଆଉରି ଉଜ୍ୱଳମୟ ହେଉ ଏହାହିଁ ସମସ୍ତଙ୍କ ଆଶା।

ମୟୁରଭଞ୍ଜରୁ ସତ୍ଯଜିତ୍ ସୋମଙ୍କ ରିପୋର୍ଟ, କେ ନ୍ଯୁଜ୍ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.